November 12, 2025
Home » ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃ ର୫୭ତମ ବାର୍ଷିକ ସାଧାରଣ ସଭା

ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃ ର୫୭ତମ ବାର୍ଷିକ ସାଧାରଣ ସଭା

0
WhatsApp Image 2025-09-26 at 2.47.13 PM

ଭେଡେନ ,:  ବରଗଡ ଜିଲ୍ଲା ବରଗଡ କୃଷକ ବଜାର ପରିଷର ସ୍ଥିତ ସ୍ବର୍ଗତ ଯଦୁମଣି ପ୍ରଧାନ ଅଡିଟରୀୟମ୍ ହଲ ରେ ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ୫୭ତମ ସାଧାରଣ ବୈଠକ ସଭାପତି ନରେନ୍ଦ୍ର ପଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି ।।ସର୍ବପ୍ରଥମେ ବିଶିଷ୍ଠ ସମବାୟବିତ୍ ମଧୂସୁଦନ ଦାସ ,ଆରାଧ୍ଯଦେବୀ ମାଁ ସମଲେଶ୍ବରୀ ,ଆରାଧ୍ଯଦେବ ଶ୍ରୀ ଜଗନ୍ନାଥ,ବଳଭଦ୍ର ଦେବ,ମାଁ ସୁଭଦ୍ରା ଙ୍କ ଫଟୋ ଚିତ୍ର ରେ ପୂଜାର୍ଚରନା,ମାଲ୍ଯାର୍ପଣ,ଧୂପ,ଦୀପ ପ୍ରଦାନ ପରେ ,ବନ୍ଦେ ଉତ୍କଳ ଜନନୀ ଗାନ ପରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗ ବିଦ୍ଯାଳୟ ବରଗଡ ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗିତ ଗାନ କରାଯାଇଥିଲା ।।ସଭାପତି ନରେନ୍ଦ୍ର ପଧାନ ପ୍ରଥମେ ସମସ୍ତ ପେକ୍ସ ସଭାପତି ଏବଂ ପ୍ରତିନିଧି ମାନଙ୍କୁ ସ୍ବାଗତ ଜଣାଇ ଚଳିତ ବର୍ଷର ବିବରଣୀ ପଠନ କରିଥିଲେ ।।ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର କାର୍ଯ୍ଯନିର୍ବାହୀ ଅଧିକାରୀ ଭକ୍ତେଶ୍ବର ମଲ୍ଲିକ ଚଳିତ ବର୍ଷର ବାର୍ଷିକ ବିବରଣୀ ପଠନ ସହ ବଜେଟ୍ ଉପସ୍ଥାପନ କରିଥିଲେ ।।

ପରେ ବିଭିନ୍ନ ସମବାୟ ସମିତି ର ସଭାପତି ମାନେ ବ୍ୟାଙ୍କ ସମ୍ବନ୍ଧିୟ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ ।।  ଜାଲ ସାଠିଫିକେଟ ପ୍ରଦାନ କରି ଚାକିରି କରିଥିବା କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ କାହିଁକି ନିଆଯାଇ ନାହିଁ?? ୫୦ଟି ସୋସାଇଟି କୁ ଓ,ଏସ୍,ଇ,ବି ର ୫୦,୦୦୦ ପଚାଶ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବାବେଳେ ଅନ୍ଯ ସୋସାଇଟି କୁ କାହିଁକି ଦିଆଯାଇନାହିଁ??,ସଂପାଦକ ମାନଙ୍କ କ୍ଯାଡର ସିଷ୍ଟମ ବନ୍ଦକରାଯାଉ ।।ସମବାୟ ସମିତି ର କର୍ମଚାରୀ ମାନଙ୍କ ମଧ୍ଯରୁ ଶତକଡା ୩୦ ଭାଗ କର୍ମଚାରୀ କାହିଁକି ନିୟୁକ୍ତି କରାଯାଉ ନାହିଁ ?  ସୋସାଇଟି ବେଙ୍କ ରେ ସ୍ଥାୟି ଜମା,ଇନସୁରେନ୍ସ ଉପରେ ଅନ୍ଯ ବ୍ଯାଙ୍କଅପେକ୍ଷା କମ ସୁଧ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ଯାଙ୍ଗ ଦେଉଛି ତେଣୁ ବ୍ଯାଙ୍କ ପ୍ରତି ସାଧାରଣ ଲୋକ ବିମୁଖ ହେଉଛନ୍ତି ।।

 ମିଟିଙ୍ଗ ରେ ଡି,ଆର,ସି,ଏସ୍ ଅଡଗାଁ ପେକ୍ସ ସଭାପତି ଅଶ୍ବୀନି ତ୍ରୀପାଠୁ ଙ୍କୁ ଧମକ କୁ ଦେଉଛନ୍ତି କି ବୋଲି କହିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଥିଲା ।।ଏବଂ ସଭାପତି ମାନେ ସଭାପରିତ୍ଯାଗ କରିବା ଉଦ୍ଯମ କରିବା ପରେ ଡି,ଆର,ସି,ଏସ୍ ଯୁଗଲ ପ୍ରସାଦ ଦାଶ କ୍ଷମା ମାଗିଥିଲେ ।।   ଭେଡେନ ପେକ୍ସ ସଭାପତି ହରିଶଙ୍କର ବେହେରା ଧାନ କ୍ରୟ କମିସନ ପେକ୍ସ କୁ ଖର୍ଚ୍ଚ କରିବାକୁ ଦେବା ,ପେକ୍ସ ର ଟଙ୍କା ପେକ୍ସ ରେ ଜମାକରିବା ଓ ପେକ୍ସ ଖର୍ଚ୍ଚାକରିବା ପ୍ରମୁଖ ଦାବୀ କରିଥିଲେ ।। ଏହି ସଭାରେ ନିର୍ଦେଶକ ସାନନ୍ଦ କରନ, ପ୍ରଫୁଲ୍ଲ ନାଇକ,ବିଜୟ ସ୍ବାଇଁ ,କିରନ ବେହେରା,ଅଶୋକବାରିକ ,ସୁରବାବୁ ମୁଣ୍ଡା,ହେମନ୍ତ ସାହୁ,ଉପସଭାପତି ଶ୍ରୀମତୀ ବାସନ୍ତି ପଧାନ ,ଡ,ଆର୍,ସି,ଏସ୍ ଯୁଗଲ କିଶୋର ଦାଶ,ଏ,ଆର,ସି,ଏସ୍ ରାଧା ମେହେର ପ୍ରମୁଖ ଯୋଗଦାନ କରିଥିଲେ ।।ପରିଶେଷ ରେ ନିର୍ଦେଶକ ପ୍ରପୁଲ୍ଲ ନାଏକ ଧନ୍ଯବାଦ ଦେଇଥିଲେ ।

 

ଇପିଏ ନ୍ଯୁଜ ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *