ସମ୍ବିଧାନ ହତ୍ୟା ଦିବସ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି.ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବରେ ସମ୍ବିଧାନ ହତ୍ୟା ଦିବସ ଅନୁଷ୍ଠିତ ହୋଇଯାଇଅଛି। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ବନମାଳୀ ବେହେରା ସମ୍ବିଧାନର ନୀତି ଓ ଆଦର୍ଶ କୁ ବିଭିନ୍ନ ସମୟରେ କିପରି ଅବମାନନା କରାଯାଉଅଛି ସେ ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ଶ୍ରୀ ରତ୍ନ କୁମାର ଦିଗାଲ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏ.ଏମ.ସି.ଏସ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ବେଳର ହାତରେ ଧରି ରାଲିରେ ଗ୍ରାମ ପରିକ୍ରମା କରିଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ