May 9, 2025
Home » ସରକାରୀ ଅନୁଦାନ ହଡ଼ପ ମାମଲାରେ ଫରେଷ୍ଟର ଓ ଗାଁସାଥୀକୁ ଗିରଫ କଲା ଓଡିଶା ଭିଜିଲାନ୍ସ

ସରକାରୀ ଅନୁଦାନ ହଡ଼ପ ମାମଲାରେ ଫରେଷ୍ଟର ଓ ଗାଁସାଥୀକୁ ଗିରଫ କଲା ଓଡିଶା ଭିଜିଲାନ୍ସ

0
WhatsApp Image 2024-11-26 at 2.59.00 PM

କୋରାପୁଟ ଜିଲ୍ଲା କୁନ୍ଦୁରା ରେଞ୍ଜ୍‌ ଅନ୍ତର୍ଗତ ବାଗଦେରୀ ସେକ୍ସନ ଫରେଷ୍ଟର ରମେଶ ଚନ୍ଦ୍ର ଭତରା ଓ ଗାଁସାଥୀ ମହେନ୍ଦ୍ର ଖରା ଦୁହେଁ ସରକାରୀ ଅନୁଦାନ ହଡ଼ପ ମାମଲାରେ ଓଡିଶା ଭିଜିଲାନ୍ସ ଦ୍ୱାରା ସୋମବାର ଦିନ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତ କୁଣ୍ଡ୍ରା ବ୍ଲକ ଅନ୍ତର୍ଗତ ଡଙ୍ଗରପାଲି ଗ୍ରାମ, ଜିଲ୍ଲା-କୋରାପୁଟ ୨୫/୧୧/୨୪ ରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗୋରୁ ପ୍ରୁଫ୍ ଟ୍ରାଞ୍ଚର କାର୍ଯ୍ୟକାରିତା ସରକାରୀ ପାଣ୍ଠିରୁ ୧୦,୬୦,୧୫୦ ଟଙ୍କା ହଡପ ଅଭିଯୋଗରେ ଗିରଫ କରି ଜୟପୁରର ମାନ୍ୟବର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସକୁ ପଠାଯାଇଛି |
ସୂଚନା ମୁତାବକ,ବାଗଦେରୀ ସେକ୍ସନ ଜଙ୍ଗଲରେ ଟ୍ରେଞ୍ଚ୍‌ ଖୋଳିବା କାମରେ ବନ ବିଭାଗକୁ ଆସିଥିବା ସରକାରୀ ଅନୁଦାନ ଶ୍ରମିକ ନିୟୋଜିତ ପାଇଁ ବିନିଯୋଗ ହୋଇଥିବା ନେଇ ଉଭୟ କହିବା ସହ ୧୧,୪୪,୧୫୦/- ଟଙ୍କାର କାମ ବାବଦରେ ବିଲ ହୋଇ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଚଢିଥିଲା । କିନ୍ତୁ,ପରବର୍ତ୍ତୀ ସମୟରେ ଗୋରୁ ପ୍ରୁଫ୍ ଟ୍ରାଞ୍ଚର କାର୍ଯ୍ୟକାରିତା ସରକାରୀ ପାଣ୍ଠିରୁ ଚଢ଼ିଥିବ ଟଙ୍କାରୁ ଶ୍ରମୀକଙ୍କ ଠାରୁ ଜରଜବରଦସ୍ତ ୧୦, ୬୦,୧୫୦ ଟଙ୍କା ଖାତାରୁ ଉଠେଇ ନେଇଥିବା ଅଭିଯୋଗ ନେଇ ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ଟଙ୍କା ହଡପ ନେଇ ଉଭୟ ଅଭିଯୁକ୍ତଙ୍କୁ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରି ଜୟପୁରର ମାନ୍ୟବର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସକୁ ପଠାଯାଇଛି।

ଏହି ପରିପ୍ରେକ୍ଷୀରେ, ଓଡିଶା ଭିଜିଲାନ୍ସ କୋରାପୁଟ ଭିଜିଲାନ୍ସ ପିଏସ କେସ୍ ନମ୍ବର ୨୪ ୨୪/୧୧/୨୪ ରେ ଧାରା ୧୩ (୨) ଆର/ ଡବଲୁ ୧୩(୧) (କ) ପିସି ସଂଶୋଧନ ଅଧିନିୟମ, ୨୦୧୮/୩୧୬ (୫) / ୩୧୮(୪)୩୩୬(୩)/୬୧(୨) ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କ ନାମରେ ବିଏନ୍ଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲାଇଛି । ଏହି ମାମଲା ୦୭/୧୨/୨୪ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *