ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ ଦୁଇଜଣ ଅଧିକାରୀଙ୍କୁ କାର୍ଯ୍ୟରୁ କଲେ ଅପସାରିତ
ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ ଦୁଇଜଣ ଅଧିକାରୀଙ୍କୁ କାର୍ଯ୍ୟରୁ କଲେ ଅପସାରିତ । ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ । ବହୁ ଦିନରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ବାରମ୍ବାର ଅବହେଳା,ଦାୟିତ୍ବହୀନତା ସହ ମନମୁଖୀ କାର୍ଯ୍ୟ ଚାଲିଥିଲା ।
ଫଳସ୍ୱରୁପ ଜିଲ୍ଲାରେ ଥିବା ଅନେକ ସରକାରଙ୍କ ମୂଲ୍ୟବାନ ଯୋଜନାରୁ ବଞ୍ଚିତ ହେଉଥିଲେ । ବାରମ୍ବାର ତାଗିଦ କରିବା ସତ୍ତ୍ୱେ ନ ଶୁଣିବାରୁ ପରିଶେଷରେ ରାୟଗଡ଼ା ଜିଲ୍ଲାପାଳ ପରୁଲ ପଟୱରି ଡିଏସଡବ୍ଲୁଓ ପ୍ରତିମା ପ୍ରଧାନ ଏବଂ ଜିତେନ୍ଦ୍ର କୁମାର ମହାପାତ୍ର ଜିଲ୍ଲା ପ୍ରକଳ୍ପ ସଞ୍ଜୋଜକ (ମମତା) ଙ୍କୁ କାର୍ଯ୍ୟରୁ ଅପସାରିତ (ସସ୍ପେଣ୍ଡ)କରିଛନ୍ତି । ବର୍ତମାନ ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦାୟିତ୍ଵ ହସ୍ତାନ୍ତର କରିଥିବା ବେଳେ ମମତା ଯୋଜନା ତିପିଏ ଭାସ୍କର ରେଡିଙ୍କୁ ଦାୟିତ୍ବ ଦିଆଯାଇଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ