July 1, 2025
Home » ସରକାରୀ ଜମି ଜବରଦଖଲ ଉଛେଦ ପାଇଁ ଦାବି

ସରକାରୀ ଜମି ଜବରଦଖଲ ଉଛେଦ ପାଇଁ ଦାବି

0
WhatsApp Image 2024-07-28 at 6.39.04 PM

 

 

ସୁବର୍ଣ୍ଣପୁର: ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ମୋହନ ସରକାରଙ୍କ କଡ଼ା ଆଭିମୁଖ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସୁବର୍ଣ୍ଣପୁରରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଜବରଦଖଲ ଉଚ୍ଛେଦ l ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ତରଫରୁ ରବିବାର ଝାରସୁଗୁଡା ଠାରେ ରାଜ୍ୟ ସାମ୍ବାଦିକ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିବାକୁ ଦାବି ଜଣାଇଛି l
। ସୁବର୍ଣ୍ଣପୁର ସାମ୍ବାଦିକ ସଂଘ ସଭାପତି ଧୀରେନ୍ଦ୍ର ଦାନୀଙ୍କ ନେତୃତ୍ଵ ରେ ସାଧାରଣ ସମ୍ପାଦକ ଧରଣୀଧର ମିଶ୍ର, ସହ -ସମ୍ପାଦକ ସହଦେବ ମେହେର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବ ପ୍ରକାଶ ମିଶ୍ର,ସଭ୍ୟ ସରୋଜ ପ୍ରଧାନ,ମଣ୍ଟୁ ମାନ୍ତ୍ରା,ଗୁରୁଦେବ ମେହେର ପ୍ରମୁଖ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲେ । ସାଧାରଣ ଭାବେ ଗରିବ ଗୁରୁବା ମାନେ ମୁଣ୍ଡ ଗୁଞ୍ଜିବାକୁ କେଉଁଠି ସରକାରୀ ଜମି ରେ କୁଡିଆ ଖଣ୍ଡେ କରିଥିବା ବେଳେ, ମାର ମାର ଭଣ୍ଡାରୀଆକୁ ମାର ନୀତିରେ ସୋନପୁର ରେ କେବଳ ଧନୀ,ବଡ ବ୍ଯବସାୟୀ ପ୍ରଭାବଶାଳୀ ବ୍ୟକ୍ତି ମାନେ ଅନାୟାସରେ ଜବର ଦଖଲ କରିଥିବା ବହୁମୂଲ୍ଯ ସରକାରୀ ଜମିକୁ ଉଚ୍ଛେଦ କରାଇ ନାହାଁନ୍ତି । ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *