ସରକାରୀ ଜମି ରେ ବେଆଇନ ଇଟାଭାଟି l
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ର ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ରାସ୍ତା କଡରେ ବେଆଇନ ଭାବେ ଗଢି ଉଠୁଛି ଇଟା ଭାଟି । ସୂଚନାଯୋଗ୍ୟ ଡୁଙ୍ଗୁରିପାଲି ଗ୍ରାମର ପ୍ଲଟ ନମ୍ବର୍ 12 ଏବଂ 7 ରେ ସରକାରୀ ଜମି ଉପରେ ବେଆଇନ ଭାବେ ଶତାଧିକ ଇଟା ଭାଟି ଗଢି ବେଆଇନ ଭାବେ ବେପାର କରୁଛନ୍ତି ଇଟା ଭାଟି ମାଫିଆ ।କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ଜିଲ୍ଲା ପ୍ରଶାସନ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ l କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ରାଜସ୍ୱ ବିଭାଗ ଏହା ଏକ ବଡ଼ ପ୍ରଶ୍ନ ?କାରଣ ଏବେ ବେଆଇନ ଇଟା ଭାଟି ର ଭୂସ୍ବର୍ଗ ପାଲଟିଛି ଡୁଙ୍ଗୁରିପାଲି ଅଞ୍ଚଳ l ଇଟା ଭାଟି ରୁ ନିର୍ଗତ ଧୂଁଆ ରେ ପରିବେଶ ପ୍ରଦୂଷଣ ହେବା ସହିତ ଅଣନିଶ୍ୱାସୀ ରେ ସମଗ୍ର ଅଞ୍ଚଳବାସୀ l ଜିଲ୍ଳା ପ୍ରଶାସନ ଚୁପ ପୋଲିସ ବି ଚୁପ l ସରକାର ବାରମ୍ବାର ମାଟି ଇଟା କୁ ବନ୍ଦ କରିବା ପରେ ବି ଶୁଣୁନାହାନ୍ତି ବେଆଇନ ଇଟା ଭାଟି ମାଲିକ l କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସ୍ଥାନୀୟ ପ୍ରଶାସନ,ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ l କାର୍ଯ୍ୟାନୁଷ୍ଠାନ ନେବା କୁ କାହିଁକି ପଛଘୁଞ୍ଚା ଦେଉଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ?ଗ୍ରୀଷ୍ମର ଡହ ଡହ ଖରାରେ ସାରା ରାଜ୍ୟ ୪୦ ଡିଗ୍ରୀ ତାପମାତ୍ରାରେ ଆଉଟୁପାଉଟୁ ହେଉଥିବା ବେଳେ ଡୁଙ୍ଗୁରିପାଲି ରେ କିନ୍ତୁ ଆହୁରି ସାଙ୍ଘାତିକ । ସୋନପୁର ବ୍ଲକ ତହସିଲ ଅଧିନରେ ଗଢ଼ି ଉଠିଥିବା ବେଆଇନ ଇଟା ଭାଟି ଗରମ ଗୁଳୁଗୁଳିକୁ ଯେମିତି ଦ୍ୱିଗୁଣିତ କରୁଛି । ଇଟା ଭାଟିରେ ବ୍ୟବହୃତ କାଠ କୋଇଲାରୁ ନିର୍ଗତ ଧୂଆଁ କେବଳ ପରିବେଶ ପ୍ରଦୂଷଣ କରୁନାହିଁ ବରଂ ଅତ୍ୟନ୍ତ ଖରା,ଗରମରେ ସ୍ଥାନୀୟ ଲୋକଙ୍କୁ ଏମିତି ବେହାଲ କରୁଛି ଯେ ଏବେ ସାଧାରଣ ଲୋକେ ସୋନପୁର ରାଜସ୍ୱ ବିଭାଗ ର ନିରବଦ୍ରଷ୍ଟା କାର୍ଯ୍ୟ କୁ ନିନ୍ଦା କରୁଛନ୍ତି । ସବୁ ଜାଣି ଚୁପ୍ ବସିଛି ରାଜସ୍ୱ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଫାଇନ କାଟିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
