July 5, 2025
Home » ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ !

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ !

0
WhatsApp Image 2025-04-16 at 8.52.33 PM

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନୁଷ୍ଠାନିକ ସଭାରେ ନିଜର ବକ୍ତବ୍ୟ ରଖି ଡକ୍ଟର ତ୍ରିପାଠୀ କହିଥିଲେ ଯେ’ ଶିକ୍ଷା ସହିତ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ମଧ୍ୟ ଜରୁରୀ ଅଟେ ବୋଲି କହିଥିଲେ । ଶିକ୍ଷା ଛାତ୍ରୀଙ୍କ ଜ୍ଞାନର ପରିସୀମାକୁ ବିସ୍ତୃତ କରିଥାଏ, କିନ୍ତୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ସାହାସ ଓ ମନକୁ ସୁଦୃଢ କରିଥାଏ ।
ବିପଦ ବେଳେ ଏହାକୁ ସାମନା କରିବାର ସାମର୍ଥ୍ୟ ଯୋଗାଇଦେଇଥାଏ । ସରକାରଙ୍କ ଦ୍ୱାରା ପରିଚାଳିତ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଛାତ୍ରୀଙ୍କୁ ସକ୍ଷମତା ର ସହ ସଶକ୍ତ କରିବା ଏବଂ ତାଙ୍କ ପ୍ରତି ହେଉଥିବା ଯେ କୌଣସି ଅତ୍ୟାଚାରକୁ ପ୍ରତିହତ କରିବା ମୂଳଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡ଼ଃ. ତ୍ରିପାଠୀ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଏହି ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଞ୍ଜାମ ପୁଲିସ୍‌ ଷ୍ଟେସନ ଇନ୍‌ଚାର୍ଜ ମନିଷା ସୌଗୁନ (ଏ.ଏସ୍‌.ପି., ଗଞ୍ଜାମ) ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ବିଷୟରେ ସଚେତନତା ଦେଉଥିଲେ । ତତ୍ ସାଂଗକୁ ଛାତ୍ରୀମାନେ କିପରି ଆବଶ୍ୟକତା ସମୟରେ ନିଜେ ନିଜର ଆତ୍ମ ସୁରକ୍ଷା ନିଜେ ହିଁ କରିପାରିବେ, ସେ ବିଷୟରେ ଦୃଷ୍ଟିପାତ କରିଥିଲେ । ଏଥି ସହିତ ସାଇବର ସିକ୍ୟୁରିଟି, ଅନ୍‌ଲାଇନ୍‌ ଠକେଇ, ଅର୍ଥନୀତିକ କାରବାରରେ ସାଇବର ସିକ୍ୟୁରିଟିର ଭୂମିକା ସଂପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ସଭାରେ ଆତ୍ମରକ୍ଷା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ସଶ୍ମିତା ବେହେରା ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଛାତ୍ରୀଟିଏ ନିଜ ସୁରକ୍ଷା ନିମନ୍ତେ ପ୍ରତ୍ୟେକ ସମୟରେ ପ୍ରସ୍ତୁତ ହୋଇରହିବା ଆବଶ୍ୟକ ।
କାରଣ ବିପଦ ବିନା କୌଣସି ସୂଚନାରେ ହଠାତ ଆସି ହାବୋଡ଼ିଯାଏ । ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ହିଁ ତୁମମାନଙ୍କ ଆତ୍ମରକ୍ଷା ତାଲିମର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଏହି ସଭାରେ ମହାବିଦ୍ୟାଳୟର ଅନ୍ୟ ପ୍ରମୁଖ ଅଧ୍ୟାପିକା ତଥା ଆତ୍ମରକ୍ଷା ଟ୍ରେନର୍‌ ସଂଗୀତା କୁମାରୀ ସେଠୀ ଉପସ୍ଥିତ ରହି ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ । ସଭା ଶେଷରେ କୃତୀତ୍ତ୍ଵ ହାସଲ କରିଥିବା ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ଅଧ୍ୟାପିକା ସଶ୍ମିତା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଏବଂ ଅଧ୍ୟାପିକା ସୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପିକା ମିଲିମିତା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *