ସରକାରୀ ଯୋଜନା ଆତ୍ମସାତ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ୬୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ
ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ସରକାରୀ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ଅନୁଦାନ ପ୍ରାୟ ୬୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅନୁଦାନ ଅନିୟମିତ କରିଥିବା ଅଭିଯୋଗରେ
ଅଭିଯୁକ୍ତ ସୁରେନ୍ଦ୍ର ଭତ୍ର ମାମଲା ନେଇ ୨୨/୧୨/୨୪ ଅପରାହ୍ନ ୦୪ ଘଣ୍ଟା ସମୟରେ ଶ୍ରୀ ପି କେ ଦ୍ୱିବେଦୀ, ଏସପି, ଭିଜିଲାନ୍ସ, କୋରାପୁଟ ଭିଜିଲାନ୍ସ ଡିଭିଜନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ମୂତାବକ ପର୍ଚିପାରା ଜିପି ଓ କଚରପଦା ୦୩ ଜିପିରେ ହୋଇଥିବା ଉକ୍ତ ସରକାରୀ ଅନୁଦାନ ଆର୍ଥିକ ଅନିୟମିତତା ଘଟଣା ବିଷୟରେ ଦୁଇ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡ଼ିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ଭିଜିଲାନ୍ସର ଏକ ଅଧିକାରୀ ଦଳ ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କ ମନ୍ତ୍ରୀଗୁଡ଼ା ସ୍ଥିତ ବାସଭବନ ଉପରେ ଚଢ଼ାଉ କରି ଗିରଫ କରିଛି ।
ପ୍ରକାଶ ଥାଉ କି ଯେ ଗତ ସେପଟେମ୍ବର ତିନି ତାରିଖ ଦିନ ଉକ୍ତ ଘଟଣାରେ ରାଇଘର ବିଡିଓ ପିଈଓଙ୍କ ବିରୁଧରେ ଥାନାରେ ଏତଲା ଦେବା ପରେ ସୁରେନ୍ଦ୍ର ଭତ୍ରାଙ୍କୁ ନିଲମ୍ବିତ ହୋଇଥିଲେ ।| ଅଭିଯୋଗ ପରେ ଅଭିଯୁକ୍ତ ସେପ୍ଟେମ୍ୱର ୨୦୨୪ରୁ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରି ବୁଲୁଥିଲା । ଏହା ଉପରେ ଭିଜିଲାନ୍ସ ତୀକ୍ଷ୍ଣ ନଜର ରଖି ପରିଶେଷରେ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ବିଭାଗ । ଅଭିଯୁକ୍ତକୁ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ ନ୍ୟାୟାଧିଷ ହାଜତକୁ ପଠାଇଛି ଭିଜିଲାନ୍ସ ।
ଏହି ପରିପ୍ରେକ୍ଷୀରେ, ଓଡିଶା ଭିଜିଲାନ୍ସର କୋରାପୁଟ ଭିଜିଲାନ୍ସ ପିଏସ କେସ୍ ନମ୍ବର ୨୭ ଏବଂ ୨୮ ତାରିଖ ୨୧/୧୨/୨୪ ୟୁ/ଏସ ୧୩(୨) ଆର/ଡବ୍ଲୁ ୧୩(୧)(ଏ) ପିସି (ସଂଶୋଧନ) ଅଧିନିୟମ,୨୦୧୮/୩୧୬ (୫) ବିଏନଏସ ୨୦୨୩ ଅନୁଯାୟୀ ଦୁଇଟି ମାମଲା ପଞ୍ଜୀକୃତ କରି ଉକ୍ତ ସରକାରୀ ଅନୁଦାନ ଅନିୟମିତତା କରିବା ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ