December 22, 2024
Home » ସରକାରୀ ସ୍କୁଲରେ ପିଲାଙ୍କ ଯାତାୟାତ ପାଇଁ ଅଭିଭାବକମାନଙ୍କୁ ଅର୍ଥ ପରିବର୍ତ୍ତେ ପ୍ରାଇଭେଟ ସ୍କୁଲ ଭଳି ପରିବହନ ହେତୁ ଗାଡି ବ୍ୟବସ୍ଥା କର : ଓଡିଶା ଅଭିଭାବକ ମହାସଂଘ

ସରକାରୀ ସ୍କୁଲରେ ପିଲାଙ୍କ ଯାତାୟାତ ପାଇଁ ଅଭିଭାବକମାନଙ୍କୁ ଅର୍ଥ ପରିବର୍ତ୍ତେ ପ୍ରାଇଭେଟ ସ୍କୁଲ ଭଳି ପରିବହନ ହେତୁ ଗାଡି ବ୍ୟବସ୍ଥା କର : ଓଡିଶା ଅଭିଭାବକ ମହାସଂଘ

0

ଭୁବନେଶ୍ୱର ତା 6ରିଖ l ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପାଠ ପଢିବାରେ ପିଲାଙ୍କ ଉପସ୍ଥାନ ବୃଦ୍ଧି ପାଇଁ ଉପାନ୍ତ ଅଂଚଳର ପିଲାଙ୍କ ପାଇଁ ସରକାର ଯାତାୟାତ ଦେୟ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି l 29 ଜିଲ୍ଲାର 35ହଜାର 76 ପିଲାଙ୍କୁ ଦେୟ ପ୍ରଦାନ ପାଇଁ 21କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି l ପୂର୍ବରୁ ଯେତେବେଳେ ସରକାର 7772 ସ୍କୁଲ ବନ୍ଦ କରି ଦେଇ ଥିଲେ ପିଲାଙ୍କୁ ମିଶ୍ରଣ ହୋଇଥିବା ସ୍କୁଲକୁ ଯିବା ପାଇଁ 2019ରୁ ଏହି ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା l ଏଥିପାଇଁ ଓଡିଶା ଅଭିଭାବକ ମହାସଂଘ ବାରମ୍ବାର ପୂର୍ବ ସରକାରକୁ ଦାବି କରିଆସୁଥିଲା, ହେଲେ କେତେ ରୂପାୟନ ହେଲା ତାହା ସମସ୍ତେ ଜାଣିଛନ୍ତି l ବାସ୍ତବରେ ଏହି ବ୍ୟବସ୍ଥା ଯେଉଁ ଉପାନ୍ତ ଓ ଅନୁନ୍ନତ ଅଂଚଳ ପାଇଁ କରାଯାଇଛି ସେଠାରେ ଅଭିଭାବକ ମାନେ ପ୍ରାୟତଃ କମ ଶିକ୍ଷିତ l ଦାରିଦ୍ର୍ୟତା ମଧ୍ୟ ସେଠାରେ ଆଉ ଏକ ପ୍ରମୁଖ ସମସ୍ୟା l ଅଭିଭାବକ ମାନଙ୍କୁ ପଇସା ଦେଇଦେଲେ ଯୋଜନାର ରୂପାୟନର ମାତ୍ରl ଅନେକାଂଶରେ କମିଯିବ l ଦୁର୍ଗମ ଅଂଚଳ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମଧ୍ୟ ଅଭିଭାବକ ମାନେ ସଚେତନତା ଅଭାବରୁ ନିଶା ଶକ୍ତ ହୋଇଥାନ୍ତି l ସେମାନେ ପିଲାଙ୍କୁ ପାଠ ପଢ଼ାଇବାର ମାନସିକତା କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ରହିଛି l ତେଣୁ ଯାତାୟାତ ଖର୍ଚ୍ଚ ପତିବର୍ତ୍ତେ ପ୍ରାଇଭେଟ ସ୍କୁଲରେ ପିଲାମାନେ ଯେପରି ଗାଡ଼ିରେ ଆସୁଛନ୍ତି ସରକାରୀ ସ୍କୁଲରେ ସେହିଭଳି ପିଲାଙ୍କୁ ସ୍କୁଲ ଆଣିବାକୁ ପରିବହନ ଜନିତ ଗାଡିର ବ୍ୟବସ୍ଥା କଲେ ଯୋଜନାର ସଫଳ ରୂପାୟନ ହୋଇ ପରିବ l ଆଜି ଏ ସଂକ୍ରାନ୍ତରେ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଓସେପା ନିର୍ଦେଶକ, ଗଣଶିକ୍ଷା ଶିକ୍ଷା ସଚିବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଚିବଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି l ସବୁ ପିଲା ପାଠ ପଢିବା ଓ ଅଧାରୁ ପାଠ ଛାଡ଼ିବା ସମସ୍ୟା ଦୂର ପାଇଁ କେବଳ ଏତିକି ପିଲା ନୁହେଁ ଏକ କିମିରୁ ଅଧିକ ଦୂରରୁ ସ୍କୁଲ କୁ ଆସୁଥିବା ରାଜ୍ୟର ସମସ୍ତ ପିଲାଙ୍କୁ ନେବା ଆଣିବା ପାଇଁ ସରକାର ପରିବହନ ବ୍ୟବସ୍ଥା କରିବାକୁ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed