July 5, 2025
Home » ସରକାରୀ ସ୍ନାତକ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳନ

ସରକାରୀ ସ୍ନାତକ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳନ

0
WhatsApp Image 2025-01-08 at 6.31.28 PM

ରାମନାଗୁଡା- ୮/୧/୨୫ ରାୟଗଡ଼ା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ପାର୍ଲା ସ୍ଥାନୀୟ ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. କୈଳାସ ମଲିକଙ୍କ ସଭାପତିତ୍ବରେ ପ୍ରବାସୀ ଭାରତୀୟ ଦିବସ ଶୁଭ ଉଦ୍ଘାଟନ ହୋଇଯାଇଛି। ଡ. ମଲିକ ଏହି ଦିବସ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି ଦିବସ ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀମାନ ବାଦଲ କୁମାର ପରିଡ଼ାଙ୍କ ତତ୍ବାବଧାନରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଫୁଲ କୁମାର ଲିମା, ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ତନୁଜା ଶବର ଓ ରାଜନୀତି ବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ପଲେଇ ସୂଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *