February 2, 2026
Home » ସରକାର ନିର୍ଲଜ, ଲୋକେ ଜାଗ୍ରତ ହେବାପାଇଁ ଅନୁରୋଧ -ଭକ୍ତ

ସରକାର ନିର୍ଲଜ, ଲୋକେ ଜାଗ୍ରତ ହେବାପାଇଁ ଅନୁରୋଧ -ଭକ୍ତ

0
WhatsApp Image 2026-02-02 at 11.27.18 AM
ଭୁବନେଶ୍ୱର:  ମହାତ୍ମା ଗାନ୍ଧୀଙ୍କ ଅହିଂସା ସତ୍ୟ ଓ ନ୍ୟାୟର ଆଦର୍ଶକୁ ଆଧାର କରି ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରାର ତୃତୀୟ ଦିବସରେ ଭଦ୍ରକର ଚାରିବାଟିଆରୁ ତିହିଡ଼ି ପର୍ଯ୍ୟନ୍ତ ପଦଯାତ୍ରା ପରେ ଆୟୋଜିତ ପ୍ରତିବାଦ ସମାବେଶକୁ ସମ୍ବୋଧିତ କରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ, ମୁଁ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ଜନ୍ମଭୂମିରେ ଛିଡା ହୋଇ ଥିବାରୁ ନିଜକୁ ଧନ୍ୟ ମନେ କରୁଛି । ଆମେ ୧୦ କି.ମି. ପଦଯାତ୍ରା କରି ନଦୀ ପାରହୋଇ ମହାତ୍ମା ଗାନ୍ଧୀ ଯେଉଁଠି ରାତ୍ରି ଯାପନ କରିଥିଲେ ସେଠୁ ତାଙ୍କ ପଦାଙ୍କ ଅନୁସରଣ କରି ଆମେ ଆସିଛୁ । ଆମ ଗହଣରେ ଅଛନ୍ତି ବର୍ଷିଆନ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ ମହୋଦୟ ମୁଁ ଦେଖିଲି ନଦୀ କୂଳରେ ସେ ଗୋଟିଏ ଗାନ୍ଧୀ ମୂର୍ତ୍ତି ସ୍ଥାପନ କରିଛନ୍ତି । ତାଙ୍କୁ ଦେଖି ମୁଁ କୁଣ୍ଢେଇ ପକାଇଥିଲି । ଏତେ ବୟସ ହୋଇଥିଲେ ସୁଦ୍ଧା ସେ ଗାନ୍ଧୀ ପଥେ ପଦଯାତ୍ରାରେ ସାମିଲ ହୋଇ ଆସିଛନ୍ତି । ଏହି ଗାନ୍ଧୀପଥେ ଯାତ୍ରାର ଉଦ୍ଦେଶ୍ୟ ହିଁ ହେଉଛି ବର୍ଷିଆନ ଗାନ୍ଧୀବାଦୀ ବ୍ୟକ୍ତି ଏବଂ ଗାନ୍ଧୀଙ୍କୁ ଅନୁସରଣ କରୁଥିବା ସମୁଦାୟଙ୍କୁ ବାହାରକୁ ଆଣିବା । ମହାତ୍ମା ଗାନ୍ଧୀ ଅନେକ ଥର ଓଡ଼ିଶା ଆସିଛନ୍ତି । ସେ ବିଭିନ୍ନ ରଚନାତ୍ମକ କାର୍ଯ୍ୟ, ଲୋକଙ୍କୁ ସ୍ୱର ଉତ୍ତୋଳନର ସାହସ, ସ୍ୱାଧୀନ ଚେତା ଆଦି ମନ୍ତ୍ରରେ ଉଦ୍‌ବୋଧ କରି ସ୍ୱାଧୀନତା ଆନ୍ଦୋଳନ ପାଇଁ ଜାଗୃତ କରିଥିଲେ । ଏହି ରକ୍ତତୀର୍ଥ ଭଦ୍ରକ, ବାସୁଦେବପୁର, ତିହିଡି ଆଦି ଅଞ୍ଚଳର ଲୋକ ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଝାସ କରିଦେଇଥିଲେ । ତେବେ ଆଜି ଗାନ୍ଧୀ ପଥେ ଯାତ୍ରା କାହିଁକି? କାରଣ ଆଜି ଆମ ରାଜ୍ୟର ମା’ ଭଉଣୀ ସୁରକ୍ଷିତ ନାହାନ୍ତି । ୪୦ ହଜାର ନାରୀ ଅତ୍ୟାଚାର ଘଟଣା ଘଟିସାରିଲାଣି । ସେଥିରୁ ୩ ହଜାର ଦୁଷ୍କର୍ମ ଏଭଳି ସ୍ଥିତିରେ ଆମେ ରକ୍ତତୀର୍ଥ ବାସୀ ନିରବ ହୋଇ ରହିପାରିବା କି?  କଂଗ୍ରେସ ସରକାର ସମୟରେ ଯଦି ଜଣେ ଚାଷୀ ୫ ଏକର ଜମିରୁ ୧୨୫ କ୍ୱିଂଟାଲ ଧାନ ଉତ୍ପାଦନ କରୁଥିଲା ତେବେ ସରକାର ୧୧୦ କ୍ୱିଂଟାଲ କିଣୁଥିଲା ବାକି ୧୫ କ୍ୱିଂଟାଲ ଚାଷୀ ଖାଦ୍ୟ ଏବଂ ବିହନ ବାବଦକୁ ରଖୁଥିଲା । କିନ୍ତୁ ବର୍ତ୍ତମାନ ଡବଲଇଞ୍ଜିନ ସରକାର ଏମଏସପି ୩୧ଶହ କୁ ବୃଦ୍ଧି କରି ବାହାସସ୍ପୋଟ ମାରୁଛନ୍ତି । କିନ୍ତୁ ପ୍ରକୃତ କ୍ଷେତ୍ରରେ ଗୋଟିଏ କ୍ୱିଂଟାଲରୁ ୧୦ କେଜି ଧାନ କଟନୀ ହେଉଛି ।
ତେବେ ଯଦି ସମଗ୍ର ଓଡ଼ିଶାର ହିସାବ କରିବା କଟନୀରୁ କେବଳ ୫ ହଜାର କୋଟି ଟଙ୍କା ସେମାନେ କୃଷକଙ୍କଠୁ ଆଦାୟ କରୁଛନ୍ତି ଏବଂ ମଣ୍ଡି କର୍ମଚାରୀ, ଯୋଗାଣ ବିଭାଗ, ନେତା ମନ୍ତ୍ରୀ ଓ ମିଲ ମାଲିକ ତାଙ୍କ ଭିତରେ ଭାଗବଂଟା କରୁଛନ୍ତି । ଚାଷୀ ସଂପୂର୍ଣ୍ଣ  ଉତ୍ପାଦିତ ଧାନ ବିକ୍ରୀ କରିନପାରି ୧୪୦୦-୧୮୦୦ ଟଙ୍କାରେ ଅଭାବି ବିକ୍ରୀ କରୁଛି । ଏଭଳି ସ୍ଥଳେ ଚାଷୀର ଉନ୍ନତୀ କେମିତି ହେବ? ତଥାପି ଚାଷୀ ଚୁପ ଅଛି ଆମେ ସାଧାରଣ ଜନତା ମଧ୍ୟ ଚୁପ ଅଛୁ । ଆମ ରାଜ୍ୟ କୋଇଲା ଉତ୍ପାଦନରେ ଯଥେଷ୍ଟ ଆଗୁଆ । ୨୨୨ ମିଲିୟନ ଟନ କୋଇଲା ଉତ୍ପାଦନ କରି ୨୦୨ ମିଲିୟନ ଟନ ବାହାରକୁ ରପ୍ତାନୀ କରୁଛୁ ଏବଂ ୨୦ ମିଲିୟନ ଟନ ବ୍ୟବାହାର କରୁଛୁ । ଆଶ୍ଚର୍ଯ୍ୟର କଥା ଆମଠୁ କୋଇଲା କିଣୁଥିବା ରାଜ୍ୟ କୋଇଲାରୁ ବିଦ୍ୟୁତ ଉତ୍ପାଦନ କରି ୩୦-୪୦%  ଚାଷୀଙ୍କୁ ବିଜୁଳି ପ୍ରଦାନ କରୁଥିବା ବେଳେ ସାଧାରଣ ଜନତାଙ୍କୁ ୩୦୦ ୟୁନିଟ ମାଗଣା ଯୋଗାଉଛି । କିନ୍ତୁ ଆମ ଓଡ଼ିଶାରେ ସରକାର ଏବଂ ଟାଟା ପାୱାର ମିଶି ସାଧାରଣ ଜନତା ଏବଂ କୃଷକଙ୍କ ଉପରେ ଜିଜିଆ କର ଲଗାଉଛନ୍ତି । ଲଜ୍ଜାର କଥା ବିଜେପି ୩୦୦ ୟୁନିଟ ବିଜୁଳି ଛାଡ଼ର ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି ପୂରଣ କରିନାହିଁ । କ’ଣ ଆପଣ ଜବାବ ମାଗିବେ ନାହିଁ? କ’ଣ ଆପଣ ଚୁପ ହୋଇ ବସିରହିଥିବେ? ଜବାବ ନ ମାଗିଲେ କିଛି ମିଳିବ ନାହିଁ । ଓଡ଼ିଶାରେ କେବଳ ୨% ବିଜୁଳି ମାଧ୍ୟମରେ ଜଳସେଚନ ହୁଏ । ଯଦି ସରକାର କୃଷକଙ୍କୁ ବିଜୁଳି ଛାଡ଼ କରନ୍ତା ତେବେ ଉତ୍ପାଦନ ବୃଦ୍ଧି ପାଇ ଆମ ରାଜ୍ୟ ସମୃଦ୍ଧ ହୁଅନ୍ତା । ଗାନ୍ଧୀ ଅନ୍ୟାୟର ପ୍ରତିବାଦ କରୁଥିଲେ । ଆମେ ସେହି ଗାନ୍ଧୀଙ୍କ ଦାୟଦ ହୋଇ ଅନ୍ୟାୟ ସହିଯିବାକି? ହିଂସାତ୍ମକ ଉପାୟରେ ନୁହଁ ଗାନ୍ଧୀଜୀଙ୍କ ପଥ ଅନୁସରଣ କରି ସରକାରଙ୍କ ପ୍ରତ୍ୟେକ ଅନ୍ୟାୟକୁ ଅହିଂସାତ୍ମକ ଉପାୟରେ ବିରୋଧ କରିବାକୁ ପଡ଼ିବ ଓ ନିଜ ହକ ପାଇଁ ନ୍ୟାୟ ପାଇଁ ପ୍ରଶ୍ନ ପଚାରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯଦି ଆସୁଛନ୍ତି ତେବେ ଶହ ଶହ ଜନତା ଫୁଲମାଳ ଧରି ଛିଡା ହୁଅନ୍ତୁ ଦରକାର ପଡ଼ିଲେ ଜିନ୍ଦାବାଦ କୁହନ୍ତୁ କିନ୍ତୁ ତାଙ୍କୁ ପଚାରନ୍ତୁ ଯେଉଁ ୩୦୦ ୟୁନିଟ ବିଜୁଳି ମାଗଣା ଘୋଷଣା କରିଥିଲ କେବେ ଦେବ? ଏଭଳି ଓଡ଼ିଶା ସାରା ଲୋକଙ୍କୁ ଗାନ୍ଧୀ ପଥ ଅନୁକରଣ କରି ଅହିଂସା ମାର୍ଗରେ ନିଜ ହକ ପାଇଁ ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ । ତାହାହେଲେ ଯାଇ ନିଜ ଅଧିକାର  ମିଳିପାରିବ । ଜନତା ଏହି ପଦ୍ଧତି ଅବଲମ୍ବନ କଲେ କୌଣସି ଦଳର ସରକାର ମଧ୍ୟ ଆପଣଙ୍କୁ ଠକାମି କରିପାରିବେ ନାହିଁ । ଆଜି ପୁଣିଥରେ କଂଗ୍ରେସ ସ୍ୱାଧୀନତା ଆନ୍ଦୋଳନରେ ଓହ୍ଲାଇଛି । ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଲୋକଙ୍କୁ ଜାଗ୍ରତ କରିବାପାଇଁ । ଆଜି ଆମେ ମଧ୍ୟ ଓଡ଼ିଶାରେ ଗାନ୍ଧୀ ପଥେ ଯାତ୍ରା ଆରମ୍ଭ କରିଛୁ । ଆପଣଙ୍କୁ ମୁଣ୍ଡିଆମାରି ଜାଗ୍ରତ ହେବାପାଇଁ ଅନୁରୋଧ କରୁଛି ଯେ ଆସନ୍ତୁ ଏକ ସମ୍ମାନଜନକ ଜୀବନ ବଞ୍ôଚବା ।  କେନ୍ଦ୍ର ଓ ରାଜ୍ୟ ସରକାର ପୁଞ୍ଜିପତି ମାନଙ୍କୁ ଖଣି,ଖାଦାନ, ଜଙ୍ଗଲ, ଜମି, ଜଳ ଟେକି ଦେଇଛି । ସାଧାରଣ ଲୋକଙ୍କୁ ଶୋଷିତ ବଞ୍ଚିତ କରିଛି । ରଘୁପତି ରାଘବ ରାଜାରାମ ଗୀତ ଗାଇ ଆପଣମାନେ ଅହିଂସା ଉପାୟରେ ନିଜର ଅଧିକାର ଉତ୍‌ଥାପନ କରନ୍ତୁ । ଏହା ଏ ନିଲଜ୍ଜ ସରକାରଙ୍କ ଉପରେ ପ୍ରହାର ହେବ । ମୁଁ ଆପଣଙ୍କୁ ଆହ୍ୱାନ ଦେଉଛି ଆପଣ ନୀରବ ରୁହନ୍ତୁ ନାହିଁ ସ୍ୱର ଉତ୍ତୋଳନ କରନ୍ତୁ ।
ଏହା ସହ ସନ୍ଧ୍ୟାରେ ରାଜାଘର ପୋଖରି ଠାରେ ପିସିସି ସଭାପତି ଶ୍ରୀ ଦାସ ଚାଏପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ବିଭିନ୍ନ ମାରଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାପାଇଁ  ଭାଗ ନେଇଥିବା ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ ।
ଏହି ସଭାରେ ସଂଗ୍ରାମୀ ନେତା ତଥା ବିଧାୟକ ଅଶୋକ ଦାସ, ଅନନ୍ତ ସେଠୀ, ନଳିନୀକାନ୍ତ ନାୟକ, ଅଶିତ ପଟ୍ଟନାୟକ, ମଧୁସ୍ମିତା ସେଠୀ, ଅମିୟ ମହାପାତ୍ର, ଶୁଭେନ୍ଦୁ ମହାନ୍ତି ଏବଂ ଅନ୍ୟ ବିଶିଷ୍ଟ ନେତୃମଣ୍ଡଳୀଙ୍କ ସହ ହଜାର ହଜାର ସାଧାରଣ ଜନତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *