July 4, 2025
Home » ସରପଞ୍ଚଙ୍କୁ ଜେଇଙ୍କ ଆକ୍ରୋଶମୂଳକ ଆକ୍ରମଣ ନେଇ କାର୍ଯ୍ୟନୁଷ୍ଟାନ ନନେବା ନେଇ ଜିଲ୍ଲା ଆଦିବାସି ସମାଜ ପକ୍ଷରୁ ଥାନା ଘେରାଉ

ସରପଞ୍ଚଙ୍କୁ ଜେଇଙ୍କ ଆକ୍ରୋଶମୂଳକ ଆକ୍ରମଣ ନେଇ କାର୍ଯ୍ୟନୁଷ୍ଟାନ ନନେବା ନେଇ ଜିଲ୍ଲା ଆଦିବାସି ସମାଜ ପକ୍ଷରୁ ଥାନା ଘେରାଉ

0
WhatsApp Image 2025-01-21 at 2.22.20 PM

ସରପଞ୍ଚଙ୍କୁ ଜେଇଙ୍କ ଆକ୍ରୋଶମୂଳକ ଆକ୍ରମଣ ନେଇ କାର୍ଯ୍ୟନୁଷ୍ଟାନ ନନେବା ନେଇ ଜିଲ୍ଲା ଆଦିବାସି ସମାଜ ପକ୍ଷରୁ ଆଜି ଥାନା ଘେରାଉ ହୋଇଛି । ଘଟଣାସ୍ତଳରେ ରାୟଗଡ ଏସଡିପିଓ ରଶ୍ମିରଞ୍ଜନ ସେନାପତି,ଥାନା ଅଧିକାରୀ,ପୋଲିସ ଟିମ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବହୁ ବୂଝାଶୁଝା କରିଥିଲେ ।

ମିଳିଥିବା ସୂଚନା ମୁତାବକ ଚଳିତ ମାସ ୧୬/୦୧/୨୫ ତାରିଖରେ କୈଣସି ଏକ କାରଣରୁ କାଶିପୁର ବ୍ଲକର ମାଇକାଞ୍ଚ ସରପଞ୍ଚ ମସ୍ତରାମଙ୍କୁ ଶ୍ରୀକୂମାର ନାମକ ୱାଟର ଷେଡର ଜେଇ ଗଡ଼େଇ ଗଡ଼େଇ ମାଡ ମାରିଥିଲେ । ଏହା ପରେ ଏକ ଏଟ୍ରସିଟି କେସ ହୋଇଥିବା ବେଳେ ରାୟଗଡ ଏସଡିପିଓ ରଶ୍ମିରଞ୍ଜନ ସେନାପତି ତଦନ୍ତ ଅଧିକାରୀ ଭାବେ ଥିବା ବେଳେ ଖାଲି ପ୍ରତିଶୃତିରେ ଦିନ ଗଡାଉଛି ରାୟଗଡ ପୋଲିସ। ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ବିରୁଦ୍ଧରେ ରାୟଗଡ ପୋଲିସ ଆଇନଗତ କୈଣସି କାର୍ଯ୍ୟନୁଷ୍ଟାନ ନେଇନାହି ।

ଆଜି ୧୫୦୦ ଲୋକ ଏଠାରେ ଏକତ୍ରିତ ହୋଇଛୁ । ତେଣୁ, ଆଜି ସନ୍ଧ୍ୟା ସୁଧା ଆକ୍ରମଣକାରୀ ଵିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ନ ନେଲା ଫର୍ଯ୍ୟନ୍ତ ଆମେ ଡମ୍ବ,ଆଦିବାସୀ,ହରିଜନ ସମାଜ ହଟିବୁ ନାହି ଏବ° ଆଗାମୀ ଦିନରେ ରାୟଗଡ ଦୋକାନବଜାର ବନ୍ଦ ହେବା ସହ ଯାହା ବି ହୁଏ ସେଥିପାଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଦାୟୀ ରହିବ ବୋଲି କହିଥିଲେ ପୁର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ଗଙ୍ଗାଧର ପୁଆଲା କହିଛନ୍ତି ।

ରିପୋର୍ଟ: ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *