February 10, 2026
Home » ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

0
bra-sara

ଶିବାନନ୍ଦନଗର ସ୍ଥିତ ମା’ ସରସ୍ବତୀ ବିଦ୍ୟାମନ୍ଦିରର ସପ୍ତବଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ସ୍ବାମୀ ଶ୍ରୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ମୁଖ୍ୟବକ୍ତା ରୂପେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା, ସମ୍ମାନିତ ଅତିଥି ରୂପେ ମେଜର ରମାରମଣ ପାଢ଼ୀ ଉପସ୍ଥିତ ରହି କୃତୀ ଛାତ୍ର, ଛାତ୍ରୀମାନକୁ ପୁରସ୍କୁତ କରିଥିଲେ|

ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଉପସଭାପତି ଦେବେନ୍ଦ୍ର ପାଢ଼ୀ, ସମ୍ପାଦକ ଯଜ୍ଞନାରାୟଣ ପାଠୀ, ଯୁଗ୍ମସମ୍ପାଦକ ଜୟରାମ ସ୍ବାଇଁ, ସୁରେନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ କେଦାର ଚରଣ ପଣ୍ଡା, ସୂର୍ଯ୍ୟ ନାରାୟଣ ଦାଶ, ଜୟକୃଷ୍ଣ ବେହେରା, ଟୁକୁଲା ବେହେରା, ମହେଶ୍ବର ପଣ୍ଡା, ସୁନିତା ସାହୁ, ଜ୍ୟୋତ୍ସ୍ନାରାଣୀ ମିଶ୍ର, ବିଦ୍ୟାଳୟର ପ୍ରତିଷ୍ଠାତା ଗୌରୀଶଙ୍କର ପାତ୍ରପ୍ରମୁଖ ଉପସ୍ଥିତ ଥିଲେ, ସେଶରେ ପ୍ରଧାନ ଆଚାର୍ଯ୍ୟା ମମତା କୁମାରୀ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ |

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *