July 5, 2025
Home » ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସଫଳତା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସଫଳତା

0
WhatsApp Image 2025-05-04 at 12.10.26 PM

କେନ୍ଦୁଝର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ର ଶିକ୍ଷାବର୍ଷ ୨୦୨୪-୨୫ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡରେ ୯ ଜଣ ଯଥା ସୁଚିସ୍ମିତା ମହାନ୍ତ ୯୫.୫ ଶତକଡା, ଦେବଶ୍ମିତା ସାହୁ ୯୫ ଶତକଡା, ଅଭିଲିପ୍‌ସା ବାରିକ ୯୩.୩୩ ଶତକଡା, ମୌସୁମୀ ମଧୁସ୍ମିତା ଜେନା ୯୩.୩୩ ଶତକଡା, ସାଇ ପ୍ରିତମ ରଣା ୯୨.୬୭ ଶତକଡା, ମମି ନାଏକ ୯୧.୮୩ ଶତକଡା, ଶଶି ରେଖା ଜେନା ୯୧.୫ ଶତକଡା, ଆୟୁଷ୍ମାନ ଜେନା ୯୧.୩୩ ଶତକଡା ଓ ଶିଖାରାଣୀ ଜେନା ୯୦.୬୭ଶତକଡା ନମ୍ବର ରଖି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ଏ-୨ ଗ୍ରେଡରେ ୨୭ଜଣ, ବି-୧ ଗ୍ରେଡରେ ୩୮ ଜଣ, ବି-୨ ଗ୍ରେଡରେ ୫୨ ଜଣ, ସି ଗ୍ରେଡରେ ୨୭ ଜଣ, ଡି ଗ୍ରେଡରେ ୭ ଜଣ ଓ ଇ ଗ୍ରେଡରେ ୨ ଜଣ ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ସଫଳତା ବଜାଇ ରଖୁବା ସହିତ ସୁନାମ ଅର୍ଜନ କରିଛନ୍ତି । ବିଦ୍ୟାଳୟର ଶହେ ଶତକଡା ପାସହାର ପାଇଁ ପରିଚାଳନା ସମିତି ଗୁରୁଜୀ ଗୁରୁମା, ଅଭିଭାବକ, ଛାତ୍ର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଅଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *