ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରାଦ୍ଵୀପ ର ୩୩ ତମ ବାର୍ଷିକ କ୍ରୀଡା ଉଦଘାଟିତ
ଶନିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରାଦ୍ଵୀପ ର ବାର୍ଷିକ କ୍ରୀଡା ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଜେ ଏସ ଡବ୍ଲୁ (JSW) ପାରାଦ୍ଵୀପ ଟର୍ମିନାଲ ର ଭାଇସ ପ୍ରେସିଡେଣ୍ଟ (vice president) ମାନନୀୟ ଶ୍ରୀଯୁକ୍ତ ସନ୍ଦିପ କୁମାର ମିଶ୍ର ଙ୍କ କର କମଳରେ ଉଦଘାଟିତ ହୋଇ ଯାଇଅଛି। ଜେ.ଏସ. ଡବ୍ଲୁ (JSW) ପାରାଦ୍ଵୀପ ଟର୍ମିନାଲ ର HR ମ୍ୟାନେଜର ଶ୍ରୀଯୁକ୍ତ ବିଶ୍ବରଂଜନ ପଟ୍ଟନାୟକ , ବିଦ୍ୟାଳୟର ପରିଚାଳନା ସମିତି ର ଉପ ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ଧଳ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିପ୍ଳବ କୁମାର ଜେନା, ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ପୂର୍ବ କ୍ଷେତ୍ରର ପୂର୍ବ ଛାତ୍ର ପ୍ରମୁଖ ଶ୍ରୀଯୁକ୍ତ ବଜରଙ୍ଗ ପ୍ରସାଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ଭଉଣୀ ମାନଙ୍କ ସ୍ବାଗତ ସଙ୍ଗୀତ ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଧରଣୀ ଧର ପରିଡ଼ା ମହୋଦୟ ସ୍ବାଗତ ଭାଷଣ କରିବା ସହିତ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କ୍ରୀଡାର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ କୁମାର ଧଳ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର କ୍ରୀଡା ଶରୀରକୁ ସୁସ୍ଥ ରଖିବା ସହିତ ଆମକୁ ଶୃଙ୍ଖଳିତ କରିଥାଏ ଓ ହାର ଜିତ୍ ବଡ କଥା ନୁହେଁ ଖେଳରେ ଅଂଶ ଗ୍ରହଣ କରିବା ବଡ ବୋଲି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉପସଭାପତି ଶ୍ରୀଯୁକ୍ତ ଧଳ ଶିଶୁ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଆଚର୍ଯ୍ୟା ସସ୍ମିତା ଦାଶ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ମମତା କର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶାରୀରିକ ପ୍ରମୁଖ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକଙ୍କ ପରିଚାଳନା ରେ ଏହି କ୍ରୀଡ଼ା ୨ ଦିନ ଧରି ଚାଲିବ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
