July 2, 2025
Home » ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ ସଂକୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ ସଂକୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

0
WhatsApp Image 2025-04-25 at 5.40.49 AM

କେନ୍ଦୁଝର: ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟଶାଳାରେ କେନ୍ଦୁଝର ସଂକୁଳର ୧୦ଟି ବିଦ୍ୟାଳୟରୁ ମୋଟ ୧୫୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇଥିଲେ।

ଉକ୍ତ ସଭାଳୁ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସଂଭାଗ ସଂପାଦକ କୈଳାଶ ମହାନ୍ତ ଉପସ୍ଥିତ ଥିଲେ। ଏ.ଟି.ଏଲ୍. ପ୍ରାନ୍ତ ସଂଯୋଜକ ସୁବ୍ରତ ପଟ୍ଟନାୟକ ଉକ୍ତ କାର୍ଯ୍ୟଶାଳାରେ ପୂର୍ଣ୍ଣ ସମୟ ଉପସ୍ଥିତ ଥିଲେ । ପରିଚାଳନା ସମିତିର ସଂପାଦଳ ସୁଧାଂଶୁ ଶେଖର ପଣ୍ଡା ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥରେ ଶିଶୁବାଟିକା ପ୍ରଥମ ଦ୍ଵିତୀୟ ମୌଳିକ ସ୍ତର, ୩ୟରୁ ୫ମ ଶ୍ରେଣୀ ପ୍ରସ୍ତୁତି ସ୍ତର ଓ ୬ଷ୍ଠ ଗୁ ୮ମ ଶ୍ରେଣୀ ମଧ୍ଯସ୍ତର ଭାବରେ ୪ଟି ବିଭାଗରେ କାର୍ଥାଂଶ ଅନୁଷ୍ଠିତ ହୋଇଥିଲା । ନୂତନ ଜାତୀୟ ଶିକ୍ଷାନୀତିକୁ ଆଧାର କରି ପ୍ରତ୍ୟେକ କ୍ଲାସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟଶାଳାରେ ଶିକ୍ଷା ଗ୍ରହଣ କରିବା ପରେ ଗୁରୁଜୀ ଗୁରୁମାମାନେ ନିଜ ନିଜ ବିଦ୍ୟାଳୟରେ ଏହାକୁ ଶିକ୍ଷାଦାନ ମାଧ୍ୟମରେ ଉପଯୋଗ କରିବେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *