October 23, 2025
Home » ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବଡବିଲରେ ଗୁରୁ ଦିବସ ଉତ୍ସବ ପାଳନ

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବଡବିଲରେ ଗୁରୁ ଦିବସ ଉତ୍ସବ ପାଳନ

0
WhatsApp Image 2025-09-06 at 2.09.55 PM

ଯୋଡ଼ା -ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ବଡବିଲ ଠାରେ ଗୁରୁଦିବସ ଉତ୍ସବ ପାଳନ ହୋଇଥିଲା । ଉକ୍ତଉତ୍ସବ ରେ ୫୪୩ ଜଣ ଶିଶୁ ଉପସ୍ଥିତ ରହିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାନ୍ତ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ  ଚନ୍ଦ୍ରଗୁପ୍ତ ପ୍ରସାଦ ଉପସ୍ଥିତ ରହି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ସରସ୍ଵତୀ ମାଆଙ୍କ ନିକଟରେ ଦୀପ ପ୍ରଜ୍ନଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।  ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।ଶିଶୁ ଭାଇ ଭଉଣୀ ମାନେ ସାମୂହିକ କଣ୍ଠ ସଂଗୀତ ଗାନ କଲେ ଏବଂ ଗୁରୁଜୀ ଗୁରୁମାଙ୍କୁ ଫୁଲ  ଚନ୍ଦନ ଦେଇ ପୂଜନ କଲେ । ଶିଶୁମାନେ ଗୁରୁଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କଲେ । ଆମ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସାବିତ୍ରୀ ନାୟକ ଗୁରୁଦିବସର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ପ୍ରଦାନ କଲେ । ଛାତ୍ର ସଭାପତି ସୁଶ୍ରୀ ପୁଷ୍ପଲତା ପାତ୍ର ଓ ସମ୍ପାଦକ  ସୁଶ୍ରୀ ପ୍ରତୀକ୍ଷା ରାଉତ ଙ୍କ ସମେତ ପୂର୍ଣ୍ଣି ଚନ୍ଦ୍ର ବେହେରା, ସାଗର ମୁଣ୍ଡା, ସମୀକ୍ଷା ସାହୁ , ବିଘ୍ନେଶ ଶତପଥୀ, ଅଙ୍କିତା ପ୍ରଧାନ , ଦିବ୍ୟ ବିଶ୍ବାଳ,ଶୁଭଙ୍କର ସାହୁ , ଇପ୍ସିତା ପାତ୍ରଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *