ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପାରାଦୀପ – ପାରାଦୀପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ପୂର୍ବାହ୍ନ ରେ ଅନୁଷ୍ଠିତ ହେଇଯାଇଛି । ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉକ୍ତ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ହୋଇଥିଲା । ସମ୍ମାନୀତ ଅତିଥି ଭାବରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ପୂର୍ବ ସମ୍ଭାଗର କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ଦାସ ବିଦ୍ୟାର୍ଥୀ ମାନଙ୍କ ପାଇଁ ଜଳ ଶକ୍ତି ସଞ୍ଚୟ କରିବା ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡ଼ା ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଜ୍ଞାନ ବିଜ୍ଞାନ ମେଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ମମତା କର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଜିଜ୍ଞାସୁ ମନୋଭାବ ରହିଲେ ନୂଆ ନୂଆ କଥା ଜାଣିବା ଓ କଳ୍ପନା ଶକ୍ତି ବଳରେ ନୂଆ ନୂଆ ଜିନିଷ ଉଦଭାବନ କରି ପାରିବେ ବୋଲି ମୁଖ୍ୟ ଅତିଥି ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ମାର୍ଗ ଦର୍ଶନ କରିଥିଲେ। ଏହି ବିଜ୍ଞାନ ମେଳାରେ ୫୦୦ ରୁ ଉର୍ଦ୍ଧ୍ବ ପ୍ରତିଭାଗି ବିଭିନ୍ନ ବିଜ୍ଞାନ ପ୍ରକଳ୍ପ, ପ୍ରଶ୍ନ ମଞ୍ଚ, ମୂର୍ତ୍ତି କଳା, ପତ୍ର ବାଚନ, ପ୍ରୟୋଗ ଗଣିତ ପ୍ରକଳ୍ପ ଆଦି ରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା , ସେବକ, ସେବିକା ଏବଂ ପରିଚାଳନା ସମିତିର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ