February 6, 2026
Home » ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ

0
WhatsApp Image 2026-01-23 at 10.08.39 AM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଆରମ୍ଭ ହୋଇ ନଳିନୀ ଛକ, ସୋନପୁର ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ମଝିପଡା, ଫକୀରମୋହନ ପଟ୍ଟନାୟକ ଛକ, ପର୍ଶୁରାମ ଛକ ଦେଇ ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚି ଥିଲା । ଏହି ପଦଯାତ୍ରାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁଙ୍କ ଦ୍ଵାରା ପ୍ରଥମେ ପଦଯାତ୍ରାର ସମସ୍ତ ଅଂଶ ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ସାମ୍ବାଦିକ, ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ଏକତାର ସତ୍ୟପାଠ କରାଇଥିଲେ। ତାପରେ ଜିଲ୍ଲାପାଳ ଏହି ଏକତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଏକତା ପଦଯାତ୍ରା ଓ ଶପଥ ପାଠ ସମୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଅଞ୍ଜଳିନା ପ୍ରଧାନ, ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ପଦଯାତ୍ରା ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଗ୍ରାମ୍ୟ ଯୁବ ଏକତା ଶିବିର ଆୟୋଜିତ ହୋଇଥିଲା l ଏଥିରେ ଗୋଷ୍ଠୀ ଆଲୋଚନା, ପ୍ରେରଣାଦାୟକ ଅଧିବେଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଧୀରେନ୍ଦ୍ର କୁମାର ମିଶ୍ର, ଡି.ପି.ଓ, ଏନ୍.ଏସ.ଏସ, ସୋନପୁର ନୋଡାଲ ଅଫିସର ଭାବେ ଦାୟିତ୍ଵ ତୁଲାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *