December 28, 2025
Home » ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2025-10-31 at 4.49.53 PM

 

ବରଗଡ଼: ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଦେଶରେ ଏକତା, ଅଖଣ୍ଡତା ଓ ଦେଶମାତୃକା ପ୍ରୀତିର ବାର୍ତ୍ତା ପ୍ରସାର କରିବା ସହ ସର୍ଦ୍ଦାର ପଟେଲଙ୍କ ଅମର ଆଦର୍ଶକୁ ସ୍ମରଣ କରିବା ପାଇଁ ଆୟୋଜିତ ହେବାକୁ ଥିବା ଏକତା ପଦଯାତ୍ରାର ଭବ୍ୟ ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କାକ୍ଷଠାରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ସାଂସଦଙ୍କ ନିର୍ଦ୍ଦେଶ କ୍ରମେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁଯାଇ ଏହି ମାସରେ ବିଭିନ୍ନ ପ୍ରତିଯୋଗିତା ଏବଂ ‘ଏକତା ପଦଯାତ୍ରା’ର ସଫଳ ଏବଂ ଭବ୍ୟ ଆୟୋଜନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ, ପଦଯାତ୍ରାର ମାର୍ଗ ନିର୍ଧାରଣ, ଲଜିଷ୍ଟିକ୍ସ ଓ ଲୋକଙ୍କ ଅଂଶଗ୍ରହଣ ସହିତ ସମସ୍ତ ପ୍ରସ୍ତୁତି ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସୂଚନାଯୋଗ୍ୟକୀ ଏହି ‘ଏକତା ପଦଯାତ୍ରା’ ବରଗଡ଼ ଜିଲ୍ଲାର ଦୁଇଟି ଉପଖଣ୍ଡ ସ୍ତରରେ ଆୟୋଜନ ହେବ। ଆଗାମୀ ନଭେମ୍ବର ୧୫ ତାରିଖରେ ବରଗଡ଼ ଉପଖଣ୍ଡ ମୁଖ୍ୟାଳୟ ଏବଂ ନଭେମ୍ବର ୨୧ ତାରିଖରେ ପଦମପୁର ଉପଖଣ୍ଡ ମୁଖ୍ୟାଳୟରେ ଆୟୋଜିତ ହେବ। ପଦଯାତ୍ରାରେ ପୋଲିସ ବିଭାଗ ସୁରକ୍ଷା, ଯାତାୟତ ଓ ଭିଡ଼ ନିୟନ୍ତ୍ରଣ କରିବ ଏବଂ ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଦଳ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଶିକ୍ଷା ବିଭାଗ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣ ଓ ପ୍ରତିଯୋଗିତା ଆୟୋଜନ, ପଞ୍ଚାୟତିରାଜ ତଥା ପୌରସଂସ୍ଥା ଅଂଚଳର ସଫା ସୁତୁରା, ସଂସ୍କୃତି ବିଭାଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ମେରା ଯୁବ ଭାରତ ବରଗଡ଼ ତରଫରୁ ମାଇ ଭାରତ କିଓସ୍କ ସ୍ଥାପନା ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରଚାର ପ୍ରସାର ଓ ଡକ୍ୟୁମେଣ୍ଟେସନ କରାଯିବ।ବୈଠକରେ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସମସ୍ତ ଅଧିକାରୀଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଭବ୍ୟ ଆୟୋଜନ କରିବା ପାଇଁ ଆହ୍ୱାନ କରି କହିଥିଲେ ଯେ ଏହି ପଦଯାତ୍ରାରେ ସ୍ଵାଧୀନତା ସଂଗ୍ରାମୀ, ପୁର୍ବ ସେନା କର୍ମଚାରୀ, ବିଭିନ୍ନ ସଂଗଠନ, ସଂସ୍କୃତିକ ଦଳ, ଏନଜିଓ ଓ ଅସରକାରୀ ସଂସ୍ଥାଗୁଡ଼ିକଙ୍କ ସହଭାଗିତା ସୁନିଶ୍ଚିତ କରି ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପରିଚୟ ସୃଷ୍ଟ କରିବା। ଯୁବ ବର୍ଗ ଏବଂ ସ୍ୱୟଂସାହାୟକ ଗୋଷ୍ଠୀ ମହିଳା ମାନଙ୍କ ସକ୍ରିୟ ଅଂଶଗ୍ରହରେ ସଂସ୍କୃତିକ ଦଳମାନେ ସରକାରଙ୍କ ବିଭିନ୍ନ ଯୋଜନା ଆଧାରିତ ଗୀତ, ନାଟକ ଓ ନୃତ୍ୟ ପ୍ରସ୍ତୁତ କରିବେ ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହେବ ।

ଏହାପରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ ବିଭାଗୀୟ ଅଧିକାରୀକୁ ମାର୍ଗଦର୍ଶିକା ଅନୁସାରେ ନିର୍ଧାରିତ ସମୟରେ ନିଜ ନିଜର ସମସ୍ତ ପ୍ରସ୍ତୁତି ସମାପ୍ତ କରିବା ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ପ୍ରସ୍ତୁତି ବୈଠକ ଶେଷରେ ଜିଲ୍ଲାପାଳ ଓ ସାଂସଦ ମହାଶୟଙ୍କ ଉପସ୍ଥିତିରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା। ସାଂସଦ ବରଗଡ଼ ମହାଶୟ ଆଗାମୀ ମାସରେ ଜିଲ୍ଲା ସ୍ତରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଏକତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ସମସ୍ତ ଜିଲ୍ଲବାସୀଙ୍କ ସହଭାଗିତା ଆହ୍ୱାନ କରିଥିଲେ ।ଏତଦବ୍ୟତୀତ ଆଜି ସକାଳ ୦୮ ଘଟିକା ସମୟରେ ବଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଏକତା ଦୌଡ଼ ନାମକ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା । ଏହି ଗଣଦୌଡ଼କୁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିଅମରୁ ଫ୍ଲାଗ ଅଫ୍ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ମୁଖ୍ୟ ଵକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ମୋନରଞ୍ଜନ ସାହୁ ଉପସ୍ଥିତ ରହି, ମେରା ୟୁବ ଭାରତ ବରଗଡ଼ର ସମସ୍ତ କର୍ମକର୍ତ୍ତା,ସ୍କୁଲ ଓ କଲେଜ ଶିକ୍ଷାର୍ଥୀ, ଅଥଲେଟିକ ଆସୋସିଏସନ ସଦସ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କ୍ରୀଡ଼ାବିତଙ୍କୁ ସର୍ଦ୍ଦାର ପଟେଲଙ୍କ ଅବଦାନ ବିଷୟରେ କହିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟନାୟକ ଏବଂ ମେରା ୟୁବ ଭାରତ ବରଗଡ଼ର ଜିଲ୍ଲା ୟୁଥ ଅଫିସର ଶ୍ରୀ କମଲ ସା ସମସ୍ତ ଆୟୋଜନ କରିଥିଲେ।

 

ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ)

Leave a Reply

Your email address will not be published. Required fields are marked *