July 5, 2025
Home » ସର୍ବ ଭାରତୀୟ ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହେଲେ ସୋନପୁର ର କେ. ସ୍ନେହା

ସର୍ବ ଭାରତୀୟ ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହେଲେ ସୋନପୁର ର କେ. ସ୍ନେହା

0
WhatsApp Image 2025-06-16 at 10.46.34 AM

ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷା ରେଜଲ୍ଟ ରେ ସୁବର୍ଣ୍ଣପୁର ସହର ଢେରାପଡ଼ା ର ଛାତ୍ରୀ କେ. ସ୍ନେହା କୃତକାର୍ଯ୍ୟ ହୋଇଛନ୍ତି lସୁଶ୍ରୀ ସ୍ନେହା ସର୍ବ ଭାରତୀୟ ସ୍ତରରେ ୧୫୦୦୦ ନମ୍ବର ରେଙ୍କ୍ ରଖି ସହର ତଥା ଜିଲ୍ଲା ର ଗୌରବ ବଢାଇ ଥିବା ବେଳେ ସେ ସମୁଦାୟ ୭୨୦ ମାର୍କ ରୁ ୫୪୩ ମାର୍କ ରଖି ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି l ମା ସୁରେଶ୍ଵରୀ, ମା ବୁଢୀମା ଙ୍କ ଆଶୀର୍ବାଦ ସହ ଅଜା,ଆଇ, ବାପା ମାଆ ଓ ଗୁରୁଜନ ଙ୍କ ପ୍ରେରଣା ରେ ଏ ସଫଳତା ହାସଲ କରିଥିବା କହିଛନ୍ତି l ସୋନପୁର ଢେରାପଡ଼ା ୭ ନମ୍ବର ୱାର୍ଡ ର ପ୍ରାକ୍ତନ କାଉନସିଲର ତଥା ଯୁବ ନେତା ଜନ୍ମେଜୟ ପାତ୍ର ଓ ପୂର୍ଣ୍ଣିମା ପାତ୍ର ଙ୍କ ଏକ ମାତ୍ର ସୁ କନ୍ୟା ଅଟନ୍ତି ନୀଟ ସଫଳ ଛାତ୍ରୀ କେ.ସ୍ନେହା l ପ୍ରକାଶ ଥାଉ କି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ଦ୍ଵାଦଶ ପରୀକ୍ଷା ରେ ୯୬.୮% ମାର୍କ ରଖି କେ. ସ୍ନେହା ରାଜ୍ୟ ଟପ୍ପର ହୋଇ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ l ତାଙ୍କର ଏହି କୃତିତ୍ବ ଯୋଗୁଁ ତାଙ୍କୁ ଗତବର୍ଷ ବ୍ଲକଛକ ଦୁର୍ଗାପୂଜା କମିଟି ସୁବର୍ଣ୍ଣପୁର ତରଫରୁ ମଧ୍ୟ ସାଂସ୍କୃତିକ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଆକାଶ ନିଟ କୋଚିଂ ସେଣ୍ଟର ଭୁବନେଶ୍ୱର ରେ ସେ ପ୍ରଥମ ଥର କୋଚିଂ ନେଇ ଏ ସଫଳତା ହାସଲ କରିଥିବା ଜଣା ଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *