ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଘେରାଉ କଲେ ପଞ୍ଚାୟତ ଜନପ୍ରତିନିଧି
ଗଜପତି ଜିଲ୍ଲାରେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ମାନଙ୍କ ଅଧିକାରକୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା କ୍ଷୁର୍ଣ୍ଣ କରାଯାଉଛି । ଏନେଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପଞ୍ଚାୟତରାଜ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । କିନ୍ତୁ ଏହି ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦ କ୍ଷେପ ନିଆଯାଉନାହିଁ । ସେଥି ଯୋଗୁଁ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ସେହି ଅସନ୍ତୋଷ ବର୍ତ୍ତମାନ ଧିରେଧିରେ ବିଷ୍ପୋରଣ ହେବା ଆରମ୍ଭ କରିଛି ।

ସେହିଭଳି ଏକ ଦୃଶ୍ୟ ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଦେଖିବାକୁ ମିଳିଛି । ଏହି ବ୍ଲକ ଅଧିନରେ ରହିଥିବା ଅଧିକାଂଶ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଏବଂ ଅନ୍ୟ ଜନ ପ୍ରତିନିଧି ମାନେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଜତ କୁମାର ପାଢୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକଙ୍କୁ ଘେରାଉ କରିଥିଲେ । ଜନ ପ୍ରତିନିଧିଙ୍କ ବିନା ଉପସ୍ଥିତିରେ ପଞ୍ଚାୟତ ଗୁଡିକରେ ହେଉଥିବା ବିଭିନ୍ନ କାମ ଗୁଡିକର କାର୍ଯ୍ୟ ଖସଡା(ଏକ୍ସନ୍ ପ୍ଲାନ୍) ପ୍ରସ୍ତୁତ କରିବା, ବ୍ଲକରେ କେବେ କାର୍ଯ୍ୟଖସଡା(ଏକ୍ସନ୍ ପ୍ଲାନ୍) ପ୍ରସ୍ତୁତ କରାଯିବ ସେବିଷୟରେ ଜନପ୍ରତିନିଧିଙ୍କୁ ସୂଚନା ଦିଆଯାଉନାହିଁ, ପଞ୍ଚାୟତ ସ୍ତରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକ କରାଯିବା ସକାଶେ ପ୍ରସ୍ତାବ ଗୃହିତ ହେଉଛି ତାହା ବ୍ଲକ୍ ଅଫିସକୁ ପଠାଉଛନ୍ତି ତାହା କାର୍ଯ୍ୟକାରୀ କରାଯାଉନାହିଁ, ବିଭିନ୍ନ ପଞ୍ଚାୟତରୁ ଅନୁମୋଦିତ ହୋଇ ଆସୁଥିବା ପ୍ରସ୍ତାବ ଗୁଡିକୁ ବ୍ଲକ କାର୍ଯ୍ୟାଳୟରେ ପରିବର୍ତ୍ତନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଇଚ୍ଛା ପରିବର୍ତ୍ତନ କରି ଜନସାଧାରଣଙ୍କ ସ୍ୱାର୍ଥ ଓ ଆବଶ୍ୟକତା ବଳିପକାଇ ନିଜକୁ ସୁହାଇଲା ଭଳିଆ ଅନାବଶ୍ୟକ ସ୍ଥାନରେ ସରକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା, ହାଡୁଭାଙ୍ଗୀ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ସକାଶେ ୫୦ଲ କ୍ଷ ଟଙ୍କା ସରକାର ମଞ୍ଜୁର କରିଥିଲେ ତାହା ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରି ବିନା ଟେଣ୍ଡରରେ କାର୍ଯ୍ୟ କରିବା ଓ ବ୍ଲକର ଅନେକ ସ୍ଥାନରେ କେବଳ କାନ୍ଥରେ ସୂଚନାଫଳକ ଲେଖି ମିଥ୍ୟା ବିଲ୍ କରାଯାଇଥିବାର ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି ।

ଏହି ଘେରାଉ ବେଳେ ବ୍ଲକ୍ ଉପାଧ୍ୟକ୍ଷ ରାଣିପେଣ୍ଠ ସରପଞ୍ଚ କିରଣ କୁମାର,କେ.ସୀତାପୁର ସରପଞ୍ଚ ବି.ତେଜେଶ୍ୱର ରାଓ, ହାଡୁଭାଙ୍ଗି ସରପଞ୍ଚ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ମାନଙ୍କ ସମେତ ଗଜପତି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, କାଶିନଗର-୨ର ବିଜେପି ମଣ୍ଡଳ ସଭାପତି କେ.ଜୀବନ ଓ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ କୋଡୁରୁ କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ଲକରେ ବିଡିଓ ଓ ଅନ୍ୟ ଅଧିକାରୀ ଜନପ୍ରତିନିଧିଙ୍କ ପ୍ରତି ଏଭଳି ଆଚରଣ ଜାରୀ ରଖନ୍ତି ତେବେ ସେମାନଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଅଦାଲତରେ ଆଶ୍ରୟ ନେବାକୁ ବାଧ୍ୟ ହେବି ବିଜେପି ମଣ୍ଡଳ ସଭାପତି କେ.ଜୀବନ ଚେତାବନୀ ଦେଇଥିବା ବେଳେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ୨୫ବର୍ଷ ଧରି ରହିଥିବା ପୂର୍ବ ସରକାର ସମୟର ଆଚରଣ ତ୍ୟାଗ କରି ଜନପ୍ରତିନିଧିଙ୍କ ଅଧିକାରକୁ ସମ୍ମାନ ଜଣାଇ କାର୍ଯ୍ୟ କରିବାକୁ ବିଡିଓ ସମେତ ଯନ୍ତ୍ରୀ ଓ ଅନ୍ୟ ସରକାରୀ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ସେଥିରେ ବ୍ୟତିକ୍ରମ ଦେଖାନ୍ତି ତାହା ହେଲେ ବର୍ତ୍ତମାନର ରାଜ୍ୟ ସରକାର ଉଚିତ ଜବାବ୍ ଦେବ ବୋଲି ଶ୍ରୀ ମହାପାତ୍ର ସତର୍କ କରାଇ ଦେଇଛନ୍ତି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ
