November 20, 2025
Home » ସହଯୋଗ ଫାଉଣ୍ଡେସନ୍‌ ଦ୍ୱାରା ଜିଲ୍ଲା ଜେଲ୍‌ ବଲାଙ୍ଗୀରରେ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ସଫଳତାର ସହିତ ସମ୍ପନ୍ନ

ସହଯୋଗ ଫାଉଣ୍ଡେସନ୍‌ ଦ୍ୱାରା ଜିଲ୍ଲା ଜେଲ୍‌ ବଲାଙ୍ଗୀରରେ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ସଫଳତାର ସହିତ ସମ୍ପନ୍ନ

0
WhatsApp Image 2024-12-13 at 4.50.32 PM

ମାନସିକ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ପରିବର୍ତ୍ତନକୁ ଉନ୍ନତ କରିବା ପାଇଁ ଏକ ଅପୂର୍ବ ପ୍ରୟାସରେ ବଲାଙ୍ଗୀରର ଆଗଣୁଆ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍‌ ୧୧ ଡିସେମ୍ବର ୨୦୨୪ ଠାରୁ ୧୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜିଲ୍ଲା ଜେଲ୍‌ ବଲାଙ୍ଗୀରରେ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିରର ଆୟୋଜନ କରିଥିଲା।

ଏହି ଶିବିରକୁ ଅନୁଭବୀ ଯୋଗ ଗୁରୁ ଶୁଜାତା ଦିଶ୍ରି ଏବଂ ଯୋଗ ପ୍ରଶିକ୍ଷକା ମିସ୍‌ ସୁଶୋଭିତା ଗୁରୁ ଦ୍ୱାରା ନେତ୍ରୃତ୍ୱ ପ୍ରଦାନ କରାଯାଇଥିଲା, ଯେଉଁଠାରେ ସେମାନେ ଜେଲ୍‌ ଅନ୍ତେବାସୀ ମାନଙ୍କୁ ଆନ୍ତରିକ ଶାନ୍ତି, ଶାରୀରିକ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ମାଧ୍ୟମରେ ଦିଗନିର୍ଦ୍ଦେଶନା କରିଥିଲେ। ଜେଲର ଶ୍ରୀ ସର୍ବେଶ୍ୱର ସାହୁ ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପନ୍ନ ହୋଇଥିଲା ଏବଂ ଯାହା ଜେଲ୍‌ ଅନ୍ତେବାସୀ ଙ୍କ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିଲା

ଯୋଗ ଏବଂ ଧ୍ୟାନ ଗୋଟିଏ ପ୍ରଭାବଶାଳୀ ଉପାୟ ଯାହା ଶାରୀରିକ ସ୍ୱାସ୍ଥ୍ୟକୁ ଉନ୍ନତ କରିବାର ସହିତ ଜେଲ୍‌ ଅନ୍ତେବାସୀ ମାନଙ୍କୁ ମାନସିକ ଶାନ୍ତି ପ୍ରବନ୍ଧନ କରିବାରେ, ଆତ୍ମ-ଶିଷ୍ଠାର ଉନ୍ନତି କରିବାରେ ଏବଂ ସଂସ୍କାର ଯାତ୍ରାରେ ଆଶା ଆଣିବାରେ ସାହାଯ୍ୟ କରେ। ଏହି ପଦକ୍ଷେପ ଜେଲ୍‌ ଅନ୍ତେବାସୀ ଙ୍କୁ ମନ ଶାନ୍ତ କରିବା, ଆତ୍ମଚେତନାକୁ ବୃଦ୍ଧି କରିବା ଏବଂ ଜେଲ୍‌ ପରେ ଏକ ଭଲ ଜୀବନ ପାଇଁ ତିଆରି କରିବାର ତନ୍ତ୍ର ସିଖାଇଲା।

ଏହି କାର୍ଯ୍ୟକ୍ରମର ସଫଳତା ଅନେକ ବ୍ୟକ୍ତିଙ୍କ ଅହର୍ନିଶ ସମର୍ପଣ ଦ୍ୱାରା ସମ୍ଭବ ହୋଇଥିଲା ଯେଉଁମାନେ ହେଲେ ଶ୍ରୀ ପଞ୍ଚାନନ ଭୋଇ, ବିଜୟ ବେହେରା, ସସ୍ମିତା ମେହେର, ସୁଦୀପ୍ତା ତ୍ରିପାଠୀ, ପବନ ଅଗ୍ରୱାଲ, ସନ୍ତୋଷ ଲାଲ, ନୀଳମ ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, ସୁନୀତା ଅଗ୍ରୱାଲ, ସୁଶାନ୍ତ ପାତ୍ର ଏବଂ ମହାବୀର ମିଶ୍ର। ସେମାନଙ୍କ ନିଷ୍ଠା ଏବଂ ସହଯୋଗ ଏହି ଶିବିରକୁ ପ୍ରଭାବଶାଳୀ ଭାବରେ ସଫଳ କରିଥିଲା।

ଏହି ଅବସରରେ, ସହଯୋଗ ଫାଉଣ୍ଡେସନ୍‌ର ସମ୍ପାଦିକା ପିଙ୍କି ମୋଦୀ କହିଲେ ଏହା ଦ୍ୱିତୀୟ ବର୍ଷ ଯେଉଁଠାରେ ଆମେ ଜେଲ୍‌ ଅନ୍ତେବାସୀ ଙ୍କ ପାଇଁ ୩ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ଆୟୋଜନ କରିଛୁ। ଏପରି କାର୍ଯ୍ୟକ୍ରମ ଗୋଟିଏ ପୁନଃସଂସ୍କାରମୂଳକ ପରିବେଶ ସୃଷ୍ଟି କରିବାରେ ଏକ ପଦକ୍ଷେପ, ଯେଉଁଠାରେ ଜେଲ୍‌ ଅନ୍ତେବାସୀ ମାନେ ଆତ୍ମନିର୍ବଳନ କରିବା, ଉନ୍ନତି କରିବା ଏବଂ ଏକ ସକାରାତ୍ମକ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସମର୍ଥ ହୋଇଥାନ୍ତି। ଭବିଷ୍ୟତରେ ଆମେ ଜୀବନ ଶୈଳୀ’ ଏବଂ ‘ଭଲ ମାନବ ହେବାର ପ୍ରଶିକ୍ଷଣ’ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରୁଛୁ।”

ଜେଲ୍‌ରେ କାର୍ଯ୍ୟକ୍ରମ ସହିତ ସହଯୋଗ ଫାଉଣ୍ଡେସନ୍‌ ଏହାର ବାର୍ଷିକ କମ୍ବଳ ବଣ୍ଟନ ଅଭିଯାନ ମଧ୍ୟ ଆରମ୍ଭ କରିଛି, ଯାହା ଗରିବମାନଙ୍କୁ ଶୀତ ରୋକିବାରେ ସାହାଯ୍ୟ କରିବ। ଡ଼ିସେମ୍ବର ୧ ରୁ କମ୍ବଳ ବଣ୍ଟନ ଚାଲୁ ହୋଇଛି ଏବଂ ୧୫ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଶ୍ରୀମତୀ ମୋଦି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *