December 22, 2024
Home » ସହଯୋଗ ଫୋୖୱିଣ୍ଡସନ ବଲାଙ୍ଗୀର ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ଶୁଭାରମ୍ଭ

ସହଯୋଗ ଫୋୖୱିଣ୍ଡସନ ବଲାଙ୍ଗୀର ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ଶୁଭାରମ୍ଭ

0

ବଳାଙ୍ଗୀରର ଜଣାଶୁଣା ସାମାଜିକ ସଂସ୍ଥା ସହଯୋଗ ଫୋୖୱିଣ୍ଡସନ ଶୀତ ରୁ କିଛି ରାହାତ ଦେବାପାଇଁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ଅସୁରକ୍ଷିତ ବ୍ୟକ୍ତିମାନଙ୍କୁ ଦରିଦ୍ର ସ୍ଥାନର ନିବାସୀମାନଙ୍କୁ ଏବଂ ଆସପାସର ଗ୍ରାମର ଲୋକଙ୍କୁ ସହାୟତା କରିବା।

ଏହି କାର୍ଯ୍ୟକ୍ରମର ଅଂଶରୂପ ସହଯୋଗ ଫୋୖୱିଣ୍ଡସନ ବଳାଙ୍ଗୀର ଜିଲ୍ଲା ହସ୍ପିଟାଲ ଏ.ଆର.ଟି ସେଣ୍ଟରରେ ୯୦ରୁ ଅଧିକ ଅସୁରକ୍ଷିତ ବ୍ୟକ୍ତିଙ୍କୁ କମ୍ବଳ ଏବଂ ଫଳ ବଣ୍ଟନ କରିଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ, ଉତ୍କଳ ପ୍ରଦେଶୀକ ମାରବାଡ଼ି ସମ୍ମିଳନର ବଲାଙ୍ଗୀର ଅଧ୍ୟକ୍ଷ, ଶ୍ରୀ ରାଜେଶ ଲାଖାନୀ ସାମାଜିକ କର୍ମୀ ବିଶେଷ ଅତିଥି ଭାବେ ଏବଂ ଶ୍ରୀ ରାଜେନ୍ଦ୍ର ମହାରଣା ଜିଲ୍ଲା ପ୍ରୋଗ୍ରାମେ ମାନେଜର (ଡିଏପିସିୟୁ) ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ

ଶ୍ରୀ ପ୍ରଭାତ ଶ୍ରୀବାସ୍ତବ କାର୍ଯ୍ୟକ୍ରମ ସଂଯୋଜକ କହିଥିଲେ ଯେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ୧ ଡିସେମ୍ବର ୨୦୨୪ରୁ ଆରମ୍ଭ ହୋଇ ଜାନୁଆରୀ ୧୫, ୨୦୨୫ ପର୍ଯ୍ୟନ୍ତ ଚାଲିବ।
ଏହି କାର୍ଯ୍ୟକ୍ରମ ର ସଫଳତାର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସନ୍ତୋଷ ଲାଲ ,ସୌରଭ୍ ମଲଙ୍ଗ୍,ପଙ୍କଜ ଅଗ୍ରୱାଲ, ସୁନୀତା ଅଗ୍ରୱାଲ,ଉଜ୍ଜଳ ଚନ୍ଦ୍ର ରଣା, ଅନୁପମା ପାଣ୍ଡେ , ଦିପଞ୍ଜଳୀ ନନ୍ଦା, ଲକ୍ଷ୍ମଣ ନାଗ ଏବଂ ବିଶ୍ୱମିତ୍ର ହର୍ପାଲ ରହିଛନ୍ତି।

ସହଯୋଗ ଫୋୖୱିଣ୍ଡସନ ସାଧାରଣ ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦି କହିଛନ୍ତି, ସହଯୋଗ ଫୋୖୱିଣ୍ଡସନ ସଦା ସଂପ୍ରତି ମାନବତାର ସେବା ପାଇଁ ପ୍ରସ୍ତୁତ। ଆମେ ପର୍ଯ୍ୟାୟକ୍ରମରେ ଖାଦ୍ୟ ବଣ୍ଟନ, ଅକ୍ସିଜେନ୍ ସେବା, ରକ୍ତ ଓ ଚକ୍ଷୁଦାନ ସଚେତନତା, ସ୍ୱାସ୍ଥ୍ୟ ଶିବିର, ପୁସ୍ତକ ଓ ବସ୍ତ୍ର ବଣ୍ଟନ, ଔଦ୍ୟୋଗିକ ଶିକ୍ଷା, ଏବଂ ଯୋଗ ଓ ଧ୍ୟାନ ଅଭିଯାନ ଚାଲୁଅଛି ଏବଂ ଆଗକୁ ଚାଲୁରହିବ ବୋଲି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

You may have missed