August 27, 2025
Home » ସହାୟତା ପକ୍ଷରୁ ଜିଲ୍ଲାର ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା

ସହାୟତା ପକ୍ଷରୁ ଜିଲ୍ଲାର ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା

0
WhatsApp Image 2025-05-30 at 4.54.44 PM

କେନ୍ଦୁଝର :-ଶିକ୍ଷା ସମାଜ ତଥା ସଂସ୍କାର ସହିତ ଜଡିତକେନ୍ଦୁଝର ଜିଲ୍ଲାର ଅନ୍ୟତମ ଅନୁଷ୍ଠାନ ସହାୟତା ସଂଗଠନ ପକ୍ଷରୁ ଆଜି ସଦରମହକୁମାସ୍ଥ ଶିକ୍ଷକ ଭବନ ରେ ୨୦୨୫ମସିହା ମାଟ୍ରିକ ପରୀକ୍ଷା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ+ ସ୍ଥାନ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଇଂ ହରମୋହନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଲଳିତ କୁମାର ସାହୁ ମୁଖ୍ୟ ଅତିଥି, ଇଂ ବସନ୍ତ ଦାନୀ, କନହେଇ ଚରଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଆୟୋଜନ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କ ରେ ପ୍ରକାଶ କରିଥିଲେ, ଭିକାରି ଚରଣ ସାହୁ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିବା ବେଳେ ମଦନମୋହନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ, ସରସ୍ବତୀ ଶିଶୁମନ୍ଦିର କେନ୍ଦୁଝର ର ଶୁଚିସ୍ମିତା ମହାନ୍ତ, ଶିଶୁମନ୍ଦିର ବଡ଼ବିଲ ର ସମୀକ୍ଷା ମହାନ୍ତି, ଶିଶୁମନ୍ଦିର ଚମ୍ପୁଆ ର ଅ ମରଜିତ ମହାନ୍ତ, ଯୋଡ଼ା ୱେଷ୍ଟ ହିନ୍ଦୀ ସ୍କୁଲ ର ଲଭଲି ଦାସ, ସରକାରୀ ବାଳିକା ବିଦ୍ୟାଳୟ ଆନନ୍ଦପୁର ର ଅନନ୍ୟା ବେହେରା, ଆରବି ହାଇ ସ୍କୁଲ ଷଡ଼ଙ୍ଗ ର ସଂଗ୍ରାମ କେଶରୀ ରାଉତ, ହାଟଡିହି ହାଇ ସ୍କୁଲ ର ଜୟସ୍ମିତା ଚକ୍ର, ଗୋପବନ୍ଧୁ ବିଦ୍ୟାପୀଠ ଘଟଗାଁ ର ସୌମ୍ୟା ରାଣୀ ମହାରଣା, ଡିଏନବିଦ୍ୟାପୀଠ ଅଳତୀ ର ଅଂଶୁମାନ ସାହୁ, ସାଇ ଏଜୁକେସନ କଇନିପୁରା ର ମୋନାଲିସା ସାହୁ, ଶିଶୁମନ୍ଦିର ତୁରୁମୁଙ୍ଗା ର ସାଇସ୍ମିତା ମିଶ୍ର, ଶାଳବଣି ଜିପି ହାଇସ୍କୁଲ ର ବିଶ୍ଵବନ୍ଦିତା ବେହେରା, ଏମଏମ ଏସ ବି ସୋମଗିରି ହାଇସ୍କୁଲ ର ସ୍ବର୍ଣ୍ଣପ୍ରଭା ରାଉତ, ଏମକେ ଗାନ୍ଧୀ ହାଇସ୍କୁଲ ଷଡ଼ଙ୍ଗୀ ର ନିକିତା ସାହୁ, ବିଲେଇପଦା ହାଇସ୍କୁଲ ଯୋଡ଼ା ର ରିତେଶ ମହାନ୍ତି ଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦ ଙ୍କୁ ଉତ୍ତରୀୟ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା,

Leave a Reply

Your email address will not be published. Required fields are marked *