October 23, 2025
Home » ସହିଦ ଶ୍ୟାମସୁନ୍ଦର କରଙ୍କ ସେଶକୃତ୍ ସମ୍ପନ୍ନ।

ସହିଦ ଶ୍ୟାମସୁନ୍ଦର କରଙ୍କ ସେଶକୃତ୍ ସମ୍ପନ୍ନ।

0
WhatsApp Image 2025-10-05 at 5.12.02 PM

 

ଜୀବନରେ କେବେ ହାରିବ ନାହିଁ କି ଡରିବ ନାହିଁ।ଜୀବନରେ ଯେତେ ପ୍ରତିକୂଳ ଓ କଠିନ ପରିସ୍ଥିତି ଆସୁନା କାହିଁକି କ୍ରୋଧ କି ରାଗ ଦ୍ବାରା ନୁହେଁ ବରଂ ସ୍ଥିର ଓ ଶାନ୍ତିର ସହ ଏହାର ମୁକାବିଲା କରାଯାଇପାରିବ। କୋହଭରା କଣ୍ଠରେ ଏଭଳି କିଛି କହିଛନ୍ତି ସହିଦ ଶ୍ୟାମସୁନ୍ଦର କରଙ୍କ ପୁଅ। ଦଶହରା ଦିନ ଶେଷଥର ପାଇଁ ସେ ବାପାଙ୍କ ସହ କଥା ହୋଇଥିଲେ। ସୁଯୋଗ ମିଳିଲେ ସେ ମଧ୍ୟ ଦେଶ ସେବା କରିବେ ବୋଲି କହିଛନ୍ତି। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଶ୍ୟାମସୁନ୍ଦର କରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।ଲୁହରେ ଭିଜିଛି ପୁରୀ ଜିଲ୍ଲାର କପିଳେଶ୍ୱରପୁର୍ ଗାଁ । ଆସାମ ରାଇଫଲ ମଣିପୁରରେ ଯବାନ ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ଶହୀଦ ହୋଇଛନ୍ତି। ସହୀଦ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କପିଳେଶ୍ୱରପୁର ଗ୍ରାମ ଦ୍ଵିତୀୟ ସ ର ଦୀନବନ୍ଧୁ କରଙ୍କ ପୁଅ ଶ୍ୟାମସୁନ୍ଦର କର।ତାଙ୍କ ପାର୍ଥିବ ଶରୀର ଆଜି ବିରାଟ ଶୋଭାଯାତ୍ରାରେ ଗାଁରେ ଆସି ପହଞ୍ଚିଥିଲା।ପୁରୀ – ବ୍ରହ୍ମଗିରି ରାସ୍ତାର ଜଗନ୍ନାଥ ରୋଡ ଛକରୁ କପିଳେଶ୍ୱରପୁର ଗାଁ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକେ।ଗାଁ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛି ଶ୍ୟାମସୁନ୍ଦରଙ୍କ ପାର୍ଥିବ ଶରୀର ।ଶ୍ୟାମସୁନ୍ଦରଙ୍କ ମୃତ୍ୟୁକୁ କେହି ମଧ୍ୟ ବିଶ୍ଵାସ କି ଗ୍ରହଣ କରିପାରିନାହାନ୍ତି।ବ୍ରହ୍ମଗିରି ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ପାଇଁ କେବଳ କପିଳେଶ୍ୱରପୁର କି ପୁରୀ ନୁହେଁ ବରଂ ସମଗ୍ର ରାଜ୍ୟ ଆଜି ଗର୍ବିତ ।
ବ୍ରହ୍ମଗିରି କପିଳେଶ୍ୱରପୁର ଗାଁର ଦୀନବନ୍ଧୁ କରଙ୍କ ଦୁଇ ପୁଅ ଶ୍ୟାମସୁନ୍ଦର କର ଓ ଜଗନ୍ନାଥ କର।ଦୁଇ ଭାଇ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଏକାଠି ପାଠ ପଢି ପ୍ରସ୍ତୁତ ହୋଇଥିଲେ।୧୯୯୯ ମହାବାତ୍ୟା ପରେ ଶ୍ୟାମସୁନ୍ଦର ଆସାମ ରାଇଫଲ ମଣିପୁରରେ ଯବାନ ଭାବେ ଯୋଗ ଦେଇ ଦେଶ ମାତୃକାର ସେବା କରି ଆସୁଥିଲେ ।ତେବେ ଦଶହରା ଦିନ କର୍ତ୍ତବ୍ୟରତ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗତକାଲି ତାଙ୍କ ମୃତ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ବାଟାଲିୟନ ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରାଯାଇ ଆଜି ସକାଳେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।ଆଜି ପାର୍ଥିବ ଶରୀର ବିରାଟ ଶୋଭାଯାତ୍ରାରେ ପୁରୀ – ବ୍ରହ୍ମଗିରି ରାସ୍ତାର ଜଗନ୍ନାଥ ରୋଡ ଛକରୁ କପିଳେଶ୍ୱରପୁର ଗାଁକୁ ଅଣାଯାଇଥିଲା।ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ସହ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା,ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଗାଁରେ ପହଞ୍ଚି ପାର୍ଥିବ ଶରୀର ନିକଟରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ପରେ ଗାଁ ଶ୍ମଶାନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।ସମ୍ମାନ ସ୍ୱରୂପ ଜାତୀୟ ପତାକା ତାଙ୍କ ପୁଅକୁ ହସ୍ତାନ୍ତର କରାଯାଇଥିଲା।ପୁଅ ଆଶୁତୋଷ କର ମୁଖାଗ୍ନି ଦେଇଥିଲେ।ଜଣେ ଯବାନ ଭାବେ ଦେଶ ମାତୃକାର ସେବା କରିବା ସହ ଜଣେ ପୁଅ ହିସାବରେ ଗାଁ ଓ ପରିବାର ପାଇଁ ସେ ସବୁ କିଛି କରିଯାଇଛନ୍ତି।ଯେତେବେଳେ ବି ଗାଁକୁ ଆସନ୍ତି ଗାଁ ସେବାରେ ଲାଗି ପଡନ୍ତି।ଶେଷରେ ସେହି ଜନ୍ମ ମାଟି ଗାଁ ତାଙ୍କୁ କୋଳେଇ ନେଇଛି।

Leave a Reply

Your email address will not be published. Required fields are marked *