ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ l

ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସୋନପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କୁ ଆବାହନ କରି ମହୋତ୍ସବ ପଡ଼ିଆ ରେ ମା ଙ୍କୁ ସ୍ଥାପନା କରି ହେଲା ମଞ୍ଚ ପୂଜା l ମା ଙ୍କ ଆବାହନ ପରେ ସକାଳ ୧୧ ଟା ରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲା ର ସମସ୍ତ 6 ଟି ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାର ଙ୍କ ଗୀତ ନାଚ ସହ ଏକ ବିଶାଳ ସଂlସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା କୁ ରାଜ୍ୟ ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇ ଶୋଭାଯାତ୍ରାରେ ସାମିଲ୍ ହୋଇ ଥିଲେ l କଳାକାର ଙ୍କ ବିଶାଳ ଶୋଭାଯାତ୍ରା ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଜି ଦୁଲକି ଉଠିଥିଲା ସୁବର୍ଣ୍ଣପୁର ସହର ଓ ମହୋତ୍ସବ ପଡ଼ିଆ ରାମେଶ୍ବର ଷ୍ଟାଡିୟମ୍ l
ରାମେଶ୍ଵର ଷ୍ଟାଡିୟମରେ ମଶାଲ ଶୋଭାଯାତ୍ରା ପହଁଚିବା ପରେ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ ରେ ମା ସୁରେଶ୍ଵରୀ ଙ୍କୁ ପୁଜା ସହ ମଞ୍ଚ ପୂଜା ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଏଥିରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା ଯୋଗ ଦେଇ ଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରାସାଦ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ଵିନୀ କୁମାର ମେହେର, ଅତିରିକ୍ତ ସି ଡି ଇ ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଯୋଗ ଦେଇ ସୁବର୍ଣ୍ଣପୁର ର କଳା ସଂସ୍କୃତି ଐତିହ୍ୟ ଉଚ୍ଚ କୋଟୀର ବୋଲି ପ୍ରକାଶ କରିବା ସହ କଳାକାର ଙ୍କୁ ସମସ୍ତ ଅତିଥି ଉତ୍ସାହିତ କରିଥିଲେ ଓ ଏ ଦିଗରେ ଆହୁରି ସଫଳତା ଅର୍ଜନ କରି ଏ ମାଟିର ଗୌରବ ବଢ଼ାଇବାକୁ ପ୍ରେରଣା ପ୍ରଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର୍ ଭୋଇ, ସାମ୍ୱାଦିକ ମାନ ଭଞ୍ଜନ ମିଶ୍ର, ସଂସ୍କୃତି ବିଭାଗ ର ଦୁଃଖୀଶ୍ୟାମ ସେଠି ସମସ୍ତ କାର୍ଯ୍ଯ କ୍ରମ କୁ ସଂଯୋଜନା କରିଥିବା ବେଳେ କଳାକାର ନିରାକାର ଦେହୁରୀ , କାହୁଁ ମେହେର, ସମାଜସେବୀ ଲଡୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗର କର୍ମଚାରୀ ସହଯୋଗ କରିଥିଲେ l ଚଳିତ ବର୍ଷ ସୁବର୍ଣ୍ଣପୁର ଲୋକ ମହୋତ୍ସବ କୁ ରଙ୍ଗା ରଙ୍ଗ ଓ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉତ୍ସାହ ର ସହ କାର୍ଯ୍ଯ କରୁଥିବା ଜଣା ପଡ଼ିଛି l ପ୍ରକାଶ ଥାଉ କି ସୁବର୍ଣ୍ଣପୁର ର କଳା, ସଂସ୍କୃତି, ପର୍ଯ୍ୟଟନ, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ 31 ତମ ସୁବର୍ଣ୍ଣ ଲୋକ ମହୋତ୍ସବ, ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଧୁମ ଧାମ ରେ ପାଳନ ହେବ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର