November 12, 2025
Home » ସାଇବର ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ସାଇବର ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-11-07 at 2.40.32 PM

ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ନିମନ୍ତେ ଗଞ୍ଜାମ ପୋଲିସ ଷ୍ଟେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଶ୍ରୀ ସୁନିତା ରାଉତରାୟ ଉଦ୍ଘାଟନ କରିଥିଲେ। ଗଞ୍ଜାମ ପୋଲିସ ଥାନା ତରଫରୁ ଇନ୍ସପେକ୍ଟର ଶ୍ରୀମତୀ ସୁପ୍ରଭା ସାହୁ ସାଇବର ସୁରକ୍ଷା ଓ ଜନସାଧାରଣଙ୍କ ଭୂମିକା ଉପରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଇବର ନିରାପତ୍ତା ବାତ୍କୃତା ପ୍ରତିଯୋଗିତାରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ରୀ ସୁଶ୍ରୀ ମୋନାଲିସା ପଲାଇ ପ୍ରଥମ, ଉକ୍ତ ବିଭାଗର ୩ୟ ସେମିଷ୍ଟର ଛାତ୍ରୀ ସୁଶ୍ରୀ ଡି. ଭବାନୀ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ, ସୁଶ୍ରୀ ଲିପ୍ସାରାଣି ବେହେରା, ପ୍ରାଣୀ ବିଜ୍ଞାନ ବିଭାଗ ୩ୟ ସେମିଷ୍ଟର ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ଛାତ୍ରୀମାନଙ୍କୁ ଗଞ୍ଜାମ ପୋଲିସ ଥାନା ପକ୍ଷରୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିବା ସହ ଥାନା ଅଧିକାରୀ ଆହୁରି କହିଥିଲେଯେ ଆଗାମୀ ଦିନରେ ଗଞ୍ଜାମ ପୋଲିସ ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ପଠାଯିବ। ଛାତ୍ରୀମାନେ ଆହୁରି ଭଲଭାବେ ପ୍ରସ୍ତୁତ ହୋଇ ଗଞ୍ଜାମ ଥାନା ଓ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପାଇଁ ଜିଲ୍ଲା ସ୍ତରରେ ସୁନାମ ଅର୍ଜନ କରନ୍ତୁ।

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *