February 10, 2026
Home » ସାଇବାଣୀ ସାହୁଙ୍କ ଦ୍ଵାଦଶ ଦିବସ କାର୍ଯ୍ୟକ୍ରମ

ସାଇବାଣୀ ସାହୁଙ୍କ ଦ୍ଵାଦଶ ଦିବସ କାର୍ଯ୍ୟକ୍ରମ

0
WhatsApp Image 2025-02-15 at 2.09.03 PM

ଯୁବ ସମାଜସେବୀ ଶ୍ରୀ ଶଙ୍କର୍ଷଣ ସାହୁ ତଥା ଉଲ୍ଲାଙ୍କ ସ୍ୱର୍ଗତ ମାତା ସାଇବାଣୀ ସାହୁଙ୍କ ଦ୍ଵାଦଶ ଦିବସ କାର୍ଯ୍ୟକ୍ରମ ଗୋସାଇଁନୂଆଗାଁ ସ୍ଥିତ ଚୌଧୁରୀ ମୈଦାନ ଠାରେ ପାଳିତ ହୋଇଛି। ଗତ ୦୧-୦୨-୨୦୨୫ ତାରିଖ ଶନିବାର ଦିନ ଢ଼ାମଣା ସାହି ସ୍ଥିତ ବାସଭବନ ଠାରେ ଇହଲୀଳା ସମ୍ବରଣ କରିଥିଲେ, ସେନେଇ ଆଜି ତାଙ୍କର ଦ୍ଵାଦଶ ଦିବସ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ କେ ଅନିଲ କୁମାର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସଞ୍ଜୟ ପାଣିଗ୍ରାହୀ, ମନୁ ପାଣିଗ୍ରାହୀ, ଟୁଲୁ ମଙ୍ଗରାଜ, ଆଇନଜୀବୀ ପୀତବାସ ପଣ୍ଡା, ଅଶୋକ ଶୁକ୍ଳ, ଛାତ୍ର ନେତା ସଚିନ ପଣ୍ଡା, ଗଣେଷ ସାହୁ, ପ୍ରଦୀପ ନାୟକ, ଗୋପାଳ ରଥ, ଅନିଲ ପତି, ପ୍ରମୋଦ ଜେନା, ଜଗନ୍ନାଥ ଚୌଧୁରୀ, ଶଙ୍କର ସାହୁ, ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ବରିଷ୍ଠ ନେତା ଭୀମସେନ ଦଳାଇ, ଗୋବିନ୍ଦ ସାହୁ, ଭଗବାନ ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ମାତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପରିବାର ବର୍ଗଙ୍କ ଗହଣରେ ସମେତ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *