March 8, 2026
Home » ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0
WhatsApp Image 2026-03-08 at 2.00.14 PM (1)

 

ଭୁବନେଶ୍ୱର:ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC) ରେ ଅଲ୍ ଇଣ୍ଡିଆ ର‍୍ୟାଙ୍କ ୧୦୦ ହାସଲ କରିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମେଧାବୀ ଛାତ୍ର ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା ନିଜ ପିତାମାତାଙ୍କ ସହ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ଏଭଳି ସଫଳତା ରାଜ୍ୟ, ବିଶେଷ କରି କେନ୍ଦୁଝର ଜିଲ୍ଲାର ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ।ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଲୋକଙ୍କ ସେବା କରିବା ହିଁ ପ୍ରଶାସନିକ ସେବାର ମୂଳ ଲକ୍ଷ୍ୟ। ଦେଶ ଓ ସମାଜର ଉନ୍ନତି ପାଇଁ ନିଷ୍ଠାର ସହିତ କାମ କରିବାକୁ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *