ସାତ ଫୁଟ ର ଅଜଗର ସାପ ଉଦ୍ଧାର କଲେ ଜଙ୍ଗଲ ବିଭାଗ କର୍ମଚାରୀ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଚାବୃପଡା ଗ୍ରାମ ର ଦୁଲ୍ଲଭ ନାଏକ ଙ୍କ କୁକୁଡ଼ା ଭାଡ଼ି ରେ ଏକ ବିରାଟକାୟ ୭ ଫୁଟ ର ଅଜଗର ସାପ କୁକୁଡ଼ା ଖାଇବାକୁ ଆସି କିଛି କୁକୁଡ଼ା କୁ ଗିଲି ଦେଇ ଆଉ କୁଆଡେ ନଯାଇ କୁକୁଡ଼ା ଭାଡ଼ି ରେ ରହିଥିବା ବେଳେ ଶୁକ୍ରବାର ସକାଳେ ଘର ମାଲିକ କୁକୁଡ଼ା ଭାଡ଼ି ରେ ଅଜଗର ସାପ ଦେଖି ଭୟଭୀତ ହୋଇ ପରିବାର ଲୋକେ। ସ୍ଥାନୀୟ ଲୋକ ଏନେଇ ଧର୍ମଗଡ ଜଙ୍ଗଲ ବିଭାଗ ସ୍ନେକ ଉଦ୍ଧାର କାରୀ ଦଳ ର ସ୍ୱାଧୀନ ଦଣ୍ଡସେନା ଙ୍କୁ ଖବର ଦେବାପରେ କିଛି ସମୟ ପରେ ସ୍ନେକ ଉଦ୍ଧାର କାରୀ କର୍ମଚାରୀ ସ୍ୱାଧୀନ ଦଣ୍ଡସେନା ଆସି ସୁରକ୍ଷିତ ଭାବେ ଅଜଗର ସାପ କୁ ଉଦ୍ଧାର କରିବା ପରେ ନିକଟସ୍ଥ ସାହାଜଖୋଲ ଅଠରନାଲା ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଗାଁ ଟି ଜଙ୍ଗଲ ନିକଟବର୍ତ୍ତୀ ହୋଇଥିବା ବେଳେ ଅଜଗର ସାପ ଟି ନିକଟସ୍ଥ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଆସି କୁକୁଡ଼ା ଭାଡ଼ି ରେ ଥିବାନେଇ ଜଣାପଡିଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ