February 10, 2026
Home » ସାନଏଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ସାନଏଣ୍ଡ ନିଲ୍ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

0
WhatsApp Image 2025-05-21 at 3.53.20 PM

ବ୍ରହ୍ମପୁର: ମଙ୍ଗଳ ବାର ଦିନ ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସେନ ପକ୍ଷରୁ ସ୍ଥାନୀୟ ରଜା ସାହି ସ୍ଥିତ କମୁନିଟି ହଲ ଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି l ସାନ୍ ଆଣ୍ଡ ନିଲ ଫାଉ6ଣ୍ଡସନ ସଭାପତି ପି.ଧର୍ମା ରାଓ, ଏବଂ ନଳିନୀକାନ୍ତ ରାଉତ ଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ତାଙ୍କର କ୍ୟାମ୍ପ ଟିମ୍ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ମାଗଣା ଅପରେସନ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି lଶିବିରରେ ଧର୍ମା ରାଓ ରକ୍ତ ଶର୍କରା ଓ ରକ୍ତ ଚାପ ପରୀକ୍ଷା କରିଥିବା ବେଳେ l ଡ ଦୀପକ ଦାସ ଅପ୍ଟିମେଟ୍ରିସିଆନ ଓ ମିଳି ମାଝୀ ସମସ୍ତଙ୍କୁ ପରୀକ୍ଷା କରିବା ସହ ଔଷଧ ପରାମର୍ଶ ଦେଇଥିଲେ l
ଶିବିରରେ ଏସ ଚିଟ୍ଟୀ ବାବୁ, ଗଣେଶ ପାତ୍ର, ସମୀର, ଦଣ୍ଡା ସେଠି, ଗୋପାଳ ମିଶ୍ର,ଅଛଲ ପାଣିଗ୍ରାହି, ଓ ସ୍ଥାନୀୟ କର୍ମକର୍ତ୍ତା ମାନେ ଶିବିରକୁ ପରିଚାଳନା କରିଥିଲେ,ପାଖ ସାହି ବସ୍ତିରୁ ମୋଟ ୫୫ ଜଣ ରୋଗୀ ଯୋଗ ଦେଇ ଶିବିର ର ଉଚିତ୍ ସୁଯୋଗ ନେଇଥିଲେ l ୬ ଜଣଙ୍କୁ ପରଳ ଅପରେସନ ପାଇଁ ବସ୍ ରେ ଶଙ୍କର ଚକ୍ଷୁ ଚିକିତ୍ସା ଲୟ କୁ ନିଆଯାଇଥିଲl l

Leave a Reply

Your email address will not be published. Required fields are marked *