August 27, 2025
Home » ସାପ୍ତାହିକ ନବୀନ ପତ୍ରିକା ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ

ସାପ୍ତାହିକ ନବୀନ ପତ୍ରିକା ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2025-08-13 at 1.13.21 PM

ନବୀନ ଗଣମାଧ୍ୟମ ଜଗତ ଲାଗି ଏକ ଚଳନ୍ତି ଦସ୍ତାବିଜ

ବ୍ରହ୍ମପୁର: ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ଙ୍କ ପ୍ରତିଷ୍ଠିତ ସାପ୍ତାହିକ “ନବୀନ “ପତ୍ରିକା ର ୯୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନବୀନ ର ସମ୍ପାଦକ ରବି ରଥ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଲିକୋଟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡ଼ ମନ୍ମଥ ପାଢ଼ୀ କହିଥିଲେ ଯେ ନବୀନ ଭଳି ପତ୍ରିକା ସ୍ୱାଧୀନତା ପୂର୍ବତ୍ତର ସମୟରେ ଓଡ଼ିଶାର ସାହିତ୍ୟିକ ମାନଙ୍କୁ ପ୍ରତିଷ୍ଠା ଦେବାରେ ନବୀନ ର ଅବଦାନ ଓ ଭୂମିକା ଅଧିକ।
ମୁଖ୍ୟ ବକ୍ତା ଡ଼ ବାୟାମାନୁ ଚର୍ଚ୍ଚି କହିଥିଲେ ଯେ ଇଚ୍ଛା ଶକ୍ତି ଆଗରେ ସବୁ ସମ୍ଭବ ଥିବା ଉକ୍ତି କୂ ମହୁରୀ ରାଜା ପ୍ରମାଣିତ କରିଥିଲେ। ଗଞ୍ଜାମ ରେ ସାମ୍ବାଦିକତା ର ଉନ୍ନତ ପୃଷ୍ଠାଭୂମି ର ସେ ଅବତାରଣା କରିଥିଲେ। ବିଶିଷ୍ଟ ଅତିଥି ପ୍ରେମ ର ପ୍ରତିଷ୍ଠାତା ଡ଼ ଜାକବ ଥୁଣ୍ଡିଲ ନିଜ ବକ୍ତବ୍ୟ ରେ କହିଥିଲେ ଯେ ସାଧାରଣ ଲୋକଙ୍କ ପ୍ରତି ନବୀନ ପତ୍ରିକା ର ଦରଦ ଉଦାହରଣୀୟ ଥିଲା। ସମାଜ ର ପ୍ରକାଶକ ଓ।ମୁଦ୍ରାକର ତଥା ଲୂ ସେବକ ମଣ୍ଡଳ ର ରାଷ୍ଟୀୟ କୋଷାଧ୍ୟକ୍ଷ୍ୟ ରାଜେନ୍ଦ୍ର ଜେନା ନିଜ ବକ୍ତବ୍ୟ ରେ ସମାଜ ଓ ନବୀନ ର ସମକାଳୀନ ପ୍ରକାଶନ ରେ ଅନେକ ଲୁକ୍କାୟିତ ପ୍ରତିଭା ଙ୍କୁ ସ୍ଥାନିତ କରି ପରବର୍ତୀ ସମ୍ମୟରେ ସେମାନଙ୍କୁ ସମାଜ ରେ ପ୍ରତିଷ୍ଠିତ କରାଇ ପାରିଥିଲା।
ଏହି ଅବସର ରେ ଇଂ ଯାମିନୀ କାନ୍ତ ଦାସ ଏବଂ ବାଲେଶ୍ୱର ର ସମାଜସେବୀ ରୀତିକ ଜୀ ଙ୍କୁ କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ।କରାଯାଇଥିଲା।
ପ୍ରାରମ୍ଭ ରେ ନବୀନ ସାହିତ୍ୟ ପ୍ରତିଷ୍ଠାନ ର ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ପୌରୋହିତ୍ୟରେ କବିତା ପାଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସସ୍ମିତା ପାଣିଗ୍ରାହୀ ଓ ରଞ୍ଜନ କୁମାର ବ୍ରହ୍ମା ସଂଯୋଜନା କରିଥିଲେ। ଅତିଥି ଭାବେ ନବୀନ ପାଠାଗାର ର ଉପଦେଷ୍ଟା ଡ଼ ଡମ୍ବୁରୁଧର ସାହୁ ଯୋଗ ଦେଇଥିଲେ। କବିତା ପାଠ କରିଥିବା କବିବୃନ୍ଦ ହେଲେ ସର୍ବଶ୍ରୀ ଜ୍ୟୋତ୍ସ୍ନା ପାଣି, ରଞ୍ଜନ ବ୍ରହ୍ମା, ଜ୍ୟୋତ୍ସ୍ନା ରାଣୀ ଦେବୀ, ପ୍ରମିଳା ପାଣି, କାଲିପ୍ରସାଦ ରାଓ, ସୁଧୀର ପଣ୍ଡା, ରଞ୍ଜନ ସାହୁ, ବୃନ୍ଦାବନ ପଣ୍ଡା, ଲକ୍ଷ୍ମୀ ଆମ୍ମା ନନ୍ଦଡା, ପ୍ରମୋଦ କୁମାର ପଣ୍ଡା, ପଦ୍ମିନୀ ମିଶ୍ର, ବନ୍ଦନା ମହାପାତ୍ର, ତ୍ରିନାଥ ନାୟକ, ବିଷ୍ନୁପ୍ରିୟା ସାହୁ, ମମତା ମଲିକ ପ୍ରମୁଖ। ନବୀନ ସହ ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *