ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁମ୍ମାଗୁଡାର ସମ୍ମିଳନୀ କକ୍ଷରେ ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁମ୍ମାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଆଶାକର୍ମୀଙ୍କୁ ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ବିଭିନ୍ନ ସମୟରେ ସାପ କାମୁଡ଼ାରେ ଆହତ ବ୍ୟକ୍ତିଙ୍କୁ ଲୋକ ମାନେ ସ୍ଥାନୀୟ ଚିକିତ୍ସାଳୟକୁ ନେବା ବଦଳରେ ,ଗୁଣି ଗାରେଡ଼ି ଜରିଆରେ ଚିକିତ୍ସା କରନ୍ତି । ଯଦ୍ୱାରା କି ବିଭିନ୍ନ ସମୟରେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ମୁଖର ସମ୍ମୁଖୀନ ହୁଅନ୍ତି ।
ସାପ କାମୁଡ଼ିବା ସମୟରେ ତୁରନ୍ତ ଚିକିତ୍ସାଳୟ ଏବଂ ଉପଯୁକ୍ତ ପ୍ରାଥମିକ ଚିକିତ୍ସାର ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏବଂ ବିପଦପୂର୍ଣ୍ଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିବା ଆଶା କର୍ମୀ ମାନଙ୍କୁ ତାଲିମ ଦେଇଥିଲେ । ସେହିପରି, ବଜ୍ରପାତ ଏକ ସ୍ଥାନୀୟ ପ୍ରାକୃତିକ ବିପର୍ଯ୍ୟୟ ଘଟଣା । ଯାହା ଦୃତ ଗତିରେ ଜଳବାୟୁ ପରିବର୍ତ୍ତନ ର କାରଣ ଯୋଗୁଁ ବଢିଚାଲିଛି । ଏହାର ମୌଳିକତା ଗଠନ ଏବଂ ସୁରକ୍ଷା ବ୍ୟବସ୍ଥା ଦ୍ଵାରା ନିଜକୁ ଏବଂ ନିଜର ପ୍ରିୟ ଲୋକଙ୍କୁ ସୁରକ୍ଷା କରିବାରେ ସାହାଯ୍ୟ କରିପାରେ ବୋଲି ଉପସ୍ଥିତ ଥିବା ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡଃ ତରୁଣ କୁମାର ପଟ୍ଟନାୟକ , ଆୟୁଷ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ମିର୍ଦ୍ଧା, ଫାର୍ମାଶିଷ୍ଟ ଏମ. ଶିବପ୍ରସାଦ, ସ୍ୱାସ୍ଥ୍ୟ ପରିଦର୍ଶିକା ମନ୍ଦିରା କିରଶାନ , ଶାହିନା କୌଶର , ମଗଂରୀ ଭତ୍ରା ଜିଲ୍ଲା ଜରୁରୀ କାଳୀନ ବିଭାଗର ବିଭାଗୀୟ ଅଧିକାରୀ ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ