March 13, 2025
Home » ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ* ଜେଏସପିକୁ ଇଣ୍ଡିଆ ସିଏସଆର ଲିଡରସିପ୍ ପୁରସ୍କାର

ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ* ଜେଏସପିକୁ ଇଣ୍ଡିଆ ସିଏସଆର ଲିଡରସିପ୍ ପୁରସ୍କାର

0

ଯୋଡ଼ା – ପାରିପାର୍ଶ୍ୱିକ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ଇଣ୍ଡିଆ ସିଏସଆର ଲିଡରସିପ ଆଓ୍ୱାର୍ଡ ମିଳିଛି। ପାରିପାର୍ଶ୍ୱିକ ଅଞ୍ଚଳର ସମୁଦାୟଗୁଡ଼ିକୁ ସଶକ୍ତ କରିବା ପାଇଁ ବିକାଶଧାରାରେ ସେମାନଙ୍କ ଅନ୍ତର୍ଭୁକ୍ତୀକରଣ ଓ ଏହାର ପ୍ରଭାବ, ଜଗତୀକରଣ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଭଳି ଲକ୍ଷ୍ୟକୁ ନେଇ ପଞ୍ଚଦଶ ଇଣ୍ଡିଆ ସିଏସଆର ଲିଡରସିପ୍ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିରେ ଅନୁଷ୍ଠିତ ହୋଇଥିଲା। ବଡ଼ବିଲ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଜେଏସପିର ଉଲ୍ଲେଖନୀୟ ଅବଦାନକୁ ଏହି ସମ୍ମିଳନୀରେ ପ୍ରଶଂସା କରଯାଇଥିଲା। ଶ୍ରୀ ପ୍ରଶାନ୍ତ କୁମାର ହୋତା,ସଭାପତି ତଥା ଗ୍ରୁପ୍ ହେଡ୍ (ସିଏସଆର ଏଣ୍ଡ ଏଜୁକେସନ), ଜେଏସପି କହିଛନ୍ତି, “ଏହି ପୁରସ୍କାର ଆମକୁ ଆମ ଦାୟିତ୍ୱ ନିର୍ବାହ ପାଇଁ ଆହୁରି ପ୍ରେରଣା ଦେବ। ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଜେଏସପିର ପ୍ରତିଶ୍ରୁତିବଦ୍ଧତାକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରିଛି।”

ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜୀବନଜୀବିକା ହେଉ କିମ୍ବା ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, କୃଷି, ସଂସ୍କୃତି ଓ ପରିବେଶ କ୍ଷେତ୍ରରେ କମ୍ପାନି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଜେଏସପିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ନିରନ୍ତର ବିକାଶ କାର୍ଯ୍ୟ ଯୋଗୁ ଲୋକଙ୍କ ଜୀବନଜୀବିକା ତଥା ଜୀବନଧାରଣର ମାନ ବୃଦ୍ଧି ହୋଇଛି। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କୁ ଏଲଇଡି ବଲବ ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଉଛି। ଖୁବ୍ ଶୀଘ୍ର ଏକ ଏଲଇଡି ବଲବ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା ହେବ। କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ତାଲିମ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିହନ ପ୍ରଦାନ କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାରିପାର୍ଶ୍ୱିକ ଅଞ୍ଚଳରେ ଟିକାକରଣ, ମ୍ୟାଲେରିଆ ନିରାକରଣ, ରକ୍ତହୀନତା ଦୂରୀକରଣ କାର୍ଯ୍ୟକ୍ରମ ସମେତ ମହିଳା ଓ ଶିଶୁ ପୋଷଣ କାର୍ଯ୍ୟକ୍ରମ ଜାରି ରହିଛି। ଖୁବ୍ ଶୀଘ୍ର ଏକ ୨୬ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା ମଧ୍ୟ ଲୋକାର୍ପିତ ହେବ।

ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାର ବିକାଶ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଦେଓଝର, କଣ୍ଡ୍ରା, ବିରିକଳା, ଅସେଇକଳା ପଞ୍ଚାୟତର ଗ୍ରାମଗୁଡ଼ିକରେ ତାଲିମ କେନ୍ଦ୍ର ଖୋଲିଛି। ଉସୁ ଓ ଫୁଟବଲର ବିକାଶ ନିମନ୍ତେ ସିଆଳିଯୋଡ଼ାରେ ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲାଯାଇଛି। ସୋୟାବାଲିରେ ସ୍ପୋର୍ଟସ ହଷ୍ଟେଲ ଖୋଲାଯାଇ,ଏଠାରେ ୬୦କ୍ରୀଡ଼ା ପ୍ରତିଭାଙ୍କୁ କ୍ରୀଡ଼ା ତାଲିମ ସହ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ଅନ୍ତର୍ଜାତୀୟସ୍ତରରେ ଏକାଧିକ କ୍ରୀଡ଼ାବିତ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *