November 13, 2025
Home » ସାମାଜିକ ବାସନ୍ଦର କରୁଣ ଚିତ୍ର…

ସାମାଜିକ ବାସନ୍ଦର କରୁଣ ଚିତ୍ର…

0
WhatsApp Image 2025-10-31 at 1.43.11 PM

କେହି ବାହାରିଲେ ନାହିଁ,ତିନି ଯୁବତୀଙ୍କ କାନ୍ଧରେ ବୁହା ହୋଇଗଲା ଶବ।

ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ସତ୍ୱେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧିରହିଛି କୁସଂସ୍କାର। ମଣିଷର ମୃତ୍ୟୁ ପରେ ଶବ ବି ଏଥିରୁ ବାଦ ପଡୁନାହିଁ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ। ଶିଳ୍ପର ସହର ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଶବକୁ କାନ୍ଧ ଦେବାକୁ କେହି କାନ୍ଧ ଦେବାକୁ ନବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଉଛି। ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ଶବକୁ କାନ୍ଧ ଦେଇଛନ୍ତି।

ଯେଉଁଠି ମହିଳାଙ୍କୁ ମଶାଣୀକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ସୃଷ୍ଟି କରିଛନ୍ତି ଉଦାହରଣ। ଶବକୁ ଉପଯୁକ୍ତ ସମ୍ମାନ ଦେଇ ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ସେହି ସମାଜର ବଡବଡ଼ିଆମାନଙ୍କ ମୁହଁରେ ସତେ ଯେମିତି ଚାପୁଡ଼ା ମାଡ଼ ଦେଇଛନ୍ତି। ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ା ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ତାଙ୍କ ବାପା ମାଆଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।

ସେତେବେଳେ ମଧ୍ୟ ଶବ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ମହେନ୍ଦ୍ରଙ୍କ ମୃତ୍ୟୁ ପରେ। ସକାଳ ୮ଟାରେ ମୃତ୍ୟୁ ପରେ ତାଙ୍କ ବଡ଼ବାପା ଓ ଅନ୍ୟମାନେ ଶବ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହି ବାହାରିନଥିଲେ ସେଇଠି ତିନି ଜଣ ସମ୍ପର୍କୀୟ ଯୁବତୀ ଶବକୁ କାନ୍ଧ ଦେଇ କୁସଂସ୍କାରି ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *