February 8, 2026
Home » ସାମାଜିକ ସଂଗଠନ ଅଭିନବ ଭାରତ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ବନ୍ଧୁମିଳନ

ସାମାଜିକ ସଂଗଠନ ଅଭିନବ ଭାରତ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ବନ୍ଧୁମିଳନ

0
WhatsApp Image 2026-01-07 at 6.14.50 PM

ଆଠଗଡ: ସାମାଜିକ ସଂଗଠନ ଅଭିନବ ଭାରତ ପକ୍ଷରୁ ଆଠଗଡ ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ମାନକୁ ନେଇ ନବ ବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜନ କରାଯାଇଥିଲା।ବିଭିନ୍ନ ଚ୍ଛାପା ଓ ବୈଦୁତିକ ଗଣମାଧ୍ୟମ ର ଆଠ ଗଡ ପ୍ରତିନିଧି ମାନେ ଯୋଗଦେଇଥିଲେ। ସଂଗଠନ ର ସଭାପତି ବିଭୁତିଭୂଷଣ ମିଶ୍ର ଓ ସମ୍ପାଦିକା ଶ୍ରୀମତୀ ଅସୀମା ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧି ମାନକୁ ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ନୂତନ ବର୍ଷ ର ଡାଏରୀ ଓ କଲମ ଉପହାର ଦେଇଥିଲେ।

ପରେ ସମସ୍ତେ ମିଳିତ ଭାବେ ମଧ୍ୟାହ୍ନ ଭୋଜନରେ ଯୋଗଦେଇଥିଲେ।ସଂଗଠନ ର ସଭାପତି ଶ୍ରୀଯୁକ୍ତ ମିଶ୍ର ଓ ସମ୍ପାଦିକା ଶ୍ରୀମତୀ ପଟ୍ଟନାୟକ ନୂତନ ବର୍ଷରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଶୁଭକାମନା କରିବା ସଙ୍ଗେ ସଙ୍ଗେ ସଂଗଠନ କାର୍ଯ୍ୟରେ ସେମାନଙ୍କ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *