March 12, 2025
Home » ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ସାଙ୍ଗ ନେଲା ସାଙ୍ଗର ଜୀବନ ! ଅଭିଯୁକ୍ତ ସାଙ୍ଗ ଦୁର୍ଗା ଗିରଫ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ସାଙ୍ଗ ନେଲା ସାଙ୍ଗର ଜୀବନ ! ଅଭିଯୁକ୍ତ ସାଙ୍ଗ ଦୁର୍ଗା ଗିରଫ

0

ଯୋଡା – କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ନିଜ ସାଙ୍ଗ କୁ ଆଶ୍ରୟ ଦେଇ ନିଜେ ହିଁ ନିଜ ସାଙ୍ଗକୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ହାତୁଡିରେ ପିଟି ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁହଟିଂ ଠାରେ । ମୃତକ ହେଲେ ଭାଗବତ ବେଶ୍ରା । ଏହି ଘଟଣାରେ ଦଶରଥ କାରୁଆ ନାମକ ଅନ୍ୟଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ,ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ଘଟଣା ଘଟିଛି । ହତ୍ୟାକାରୀ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମକୁ ଡକାଇ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ,ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳହ ହୋଇଥାଏ । ଗତ ଦୁଇ ସପ୍ତାହ ପୂର୍ବେ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ବୁଧବାର ସକାଳୁ ଘର ଭିତରେ ଭାଗବତ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ । ଅନ୍ୟପକ୍ଷରେ ଆହତ ହୋଇଥିବା ଦଶରଥ କାରୁଆଙ୍କ କହିବା ଅନୁଯାୟୀ,ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ନାଏକ ଓ ଭାଗବତଙ୍କ ମଧ୍ୟରେ ରୋଷେଇ କାର୍ଯ୍ୟକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦୁର୍ଗା ମଦ ଆଣିବାକୁ ଯାଇଥିବା ବେଳେ ଦଶରଥ ଏବଂ ଭାଗବତ ବେଶ୍ରା ଘରେ ରୋଷେଇ କରୁଥିଲେ । ପ୍ରାୟ ରାତି ୮ ଟା ସମୟରେ ଦୁର୍ଗା ନିଶାସକ୍ତ ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ଭାଗବତକୁ ଆକ୍ରମଣ କରିଥିଲା । ଏହାପରେ ଭାଗବତକୁ ବଞ୍ଚାଇବାକୁ ଦଶରଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା । ତେବେ ସେଠାରୁ ଜୀବନ ବଞ୍ଚାଇ ଦଶରଥ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଭାଗବତକୁ ଏକ ହାତୁଡ଼ିରେ ଦୁର୍ଗା ପିଟି ହତ୍ୟା କରିଥିଲା । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଥିଲା । ସୂଚନାଯୋଗ୍ୟ କି ,ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲ। । ଯୋଡା ପୋଲିସ୍ ଅଧିକାରୀ ଲୋକେଶ ସାହୁ ଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅପରାହ୍ନରେ ପୋଲିସ ଅଭିଯୁକ୍ତ ଦୁର୍ଗା ନାଏକକୁ ନିକଟସ୍ତ ଝରଣ ଜଙ୍ଗଲରୁ ଗିରଫ କରିଥିଲା । ଏ ନେଇ ଯୋଡା ଥାନାରେ କେସ ନଂ ୩୩୦/୨୦୨୪ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *