February 5, 2025
Home » ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା ଏବଂ ସାମୁଦ୍ରିକ ଅଭ୍ୟାସର ଆୟୋଜନ

ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା ଏବଂ ସାମୁଦ୍ରିକ ଅଭ୍ୟାସର ଆୟୋଜନ

0

ଭାରତୀୟ ତଟ ରକ୍ଷକ ପକ୍ଷରୁ ୦୭-୦୮ ଅକ୍ଟୋବର ୨୦୨୪ ରେ ପାରାଦୀପ ଉପକୂଳରେ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା ଏବଂ ସାମୁଦ୍ରିକ ଅଭ୍ୟାସର ଆୟୋଜନ *

ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ ସଂଖ୍ୟା ୭ (ଓଡିଶା) କମାଣ୍ଡର ଉପମହାନିରୀକ୍ଷକ ସଞ୍ଜୟ ନେଗି ଙ୍କ ଅଧ୍ୟକ୍ଷତାରେ ୦୭-୦୮ ଅକ୍ଟୋବର ୨୦୨୪ରେ ପାରାଦୀପ ଠାରେ କ୍ଷେତ୍ରୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଏବଂ ସାମୁଦ୍ରିକ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ସ୍ଥାନୀୟ ସନ୍ଧାନ ଓ ଉଦ୍ଧାର ପ୍ରତିନିଧିଗଣ ଯଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନିକ ଅଧିକାରୀ, ପାରାଦୀପ ବନ୍ଦର, କଷ୍ଟମ୍ସ ବିଭାଗ, ଭାରତୀୟ ନୌସେନା, ସାମୁଦ୍ରିକ ପୋଲିସ, ଓଡିଶା ପୋଲିସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ , ମତ୍ସ୍ୟ ଓ କୃଷି ବିଭାଗ,ଅରଣ୍ୟ ବିଭାଗ ଏବଂ ଜିଲ୍ଲା ଚିକିତ୍ସା ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

 

ଭାରତୀୟ ତଟ ରକ୍ଷକ, ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର (NMSAR) ବୋର୍ଡର ସର୍ବୋଚ୍ଚ ସାମୁଦ୍ରିକ ଉଦ୍ଧାର ସେବା ପ୍ରଦାନକାରୀ ଅଟେ, ଓ କାର୍ଯ୍ୟଶାଳାରେ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ର ପେଶାଦାର ସନ୍ଧାନ ବ୍ୟବସ୍ଥା ପ୍ରଣାଳୀ, ପ୍ରକ୍ରିୟା ଏବଂ ମାନକ କାର୍ଯ ପ୍ରଣାନୀ ର ସମୀକ୍ଷା ସହିତ ବିସ୍ତୃତ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ର ସହଯୋଗୀତା ବିଷୟରେ ମାର୍ଗଦର୍ଶନ କରା ଯାଇଥିଲା । କର୍ମଶାଳାରେ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ପ୍ରତିନିଧି ମାନଙ୍କୁ ଏକ ଟେବଲଟପ ଅଭ୍ୟାସ ମାଧ୍ୟମରେ ରେ ବିଭିନ୍ନ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କୁ ଧ୍ୟାନ ଦେଇ ସମାନ୍ତରୀୟ ଉତ୍ତରଦାୟିତ୍ୱ ସହିତ ଭାଗ ନେବାକୁ ପ୍ରେରିତ କରାଯାଇଥିଲା।

ପାରାଦୀପର ଉପକୂଳରେ ସାମୁଦ୍ରିକ ଅଭ୍ୟାସ ସମୟରେ, ମୁଖ୍ୟ ଏଜେନ୍ସି ଭାରତୀୟ ତଟ ରକ୍ଷକ ଏବଂ ଅନ୍ୟ ଉଦ୍ଧାର କାରି ଦଳ ପ୍ରକୃତ ସମୟ ସାମୁହିକ ଉଦ୍ଧାର , ଚିକିତ୍ସା ପ୍ରଣାଳୀ ଏବଂ ସମୁଦ୍ରରେ ଜୀବନ ସୁରକ୍ଷାକୁ ନିର୍ବାହ କରିବା ପାଇଁ ଉଦ୍ଧାର ପ୍ରକ୍ରିୟାଗୁଡ଼ିକର ଅଭ୍ୟାସ କରାଯାଇଥିଲା, ଯେଉଁଠାରେ ସାମୁଦ୍ରିକ କ୍ଷେତ୍ରର ବିଶାଳ ପରିସ୍ଥାନ କୁ ଦର୍ଶା ଯାଇଥିଲା ଏବଂ ଆକାଶମାର୍ଗ ଓ ସାମୁଦ୍ରିକ କ୍ଷେତ୍ର ରେ ପ୍ରତିଟି ଜୀବନ ର ସୁରକ୍ଷା ସୁନିଶ୍ଚିତ କରିବା ପାଇ ଆହ୍ୱାନ ଦିଆ ଯାଇଥିଲା ଯାହା ଭାରତୀୟ ତଟ ରକ୍ଷକ ର ଆଦର୍ଶ ବାଣୀ “ବୟମ୍ ରକ୍ଷାମ୍” କୁ ଦର୍ଶାଇ ଥାଏ

Leave a Reply

Your email address will not be published. Required fields are marked *