ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ନିଯୁକ୍ତି ଭିକ୍ତିକ କର୍ମଶାଳା ଅନୁଷ୍ଠିତ
ବ୍ରହ୍ମପୁର ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ନିଯୁକ୍ତି ଭିକ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ଜ୍ୟୋତିର୍ବିଦ ସଂସ୍କୃତି ଗବେଷକ ଡ. ସନ୍ୟାସୀ ମହାରଣା ଯୋଗଦେଇଥିଲେ । ୨୫୦ବର୍ଷର କଣ୍ଢେଇ ଯାତ୍ରା ଉପରେ ଆଲୋକପାତ କରିବା ତାଙ୍କରି ପ୍ରଯୋଜନାରେ ଏକ କ୍ଷୁଦ୍ର ନିର୍ମିତ ଚଳଚ୍ଚିତ୍ର ଦେଖାଇ ଥିଲେ ଏବଂ ମହୁରୀ ଗଡ ଉପରେ ଅନେକ ତଥ୍ୟପୂର୍ଣ୍ଣ କଥା ବର୍ଣ୍ଣନା କରିଥିଲେ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ତଥା ବିଭାଗୀୟ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । କର୍ମଶାଳାକୁ ବିଭାଗୀୟ ସହ ଅଧ୍ୟାପକ ଅଗ୍ନି କୁମାର ବେହେରା ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଗଣେଶ ସେଠୀ , ସହଯୋଗୀ ଅଧ୍ୟାପକ ଜୟନ୍ତ କୁମାର ପଣ୍ଡା , ସହ ଅଧ୍ୟାପିକା ଚିନୁ ବହିଦାର, ନେହା ପାଣ୍ଡେ ସହଯୋଗ କରିଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ
