ସାମ୍ବାଦିକମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ
ଭୁବନେଶ୍ୱର – ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ର ପଞ୍ଚଦଶ ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ବାର୍ଷିକ ସମ୍ବିଳନୀ -2025 ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ପାଳିତ ହୋଇଯାଇଛି l ପ୍ରଥମେ ପରଲୋକଗତ ସାମ୍ବାଦିକ ଙ୍କୁ ଉଦ୍ଦେଶ୍ୟ ରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍କୁଲ ଏବଂ ଗଣ ଶିକ୍ଷା, ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ ଯୋଗ ଦେଇ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ l

ଠିକ ଭାବରେ ଜଣେ ସାମ୍ବାଦିକ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ସମ୍ବାଦ ପରିବେଷଣ ରୁ ବିଚ୍ୟୁତ ହୋଇନଥାଏ l ଏହି ଉପଲକ୍ଷେ ସଂଘ ର ସ୍ମରଣିକା ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ l ଅନ୍ୟତମ ଅତିଥି ଭାବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଘରୋଇ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜଣେ ସାମ୍ବାଦିକ ନିଜ ଜୀବନ କୁ ଜଳାଞ୍ଜଳି ଦେଇ ଲୋକଲୋଚନ କୁ ସଠିକ ତଥ୍ୟ ଦେଇଥାଏ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l ସଠିକ ତଥ୍ୟ ସମାଜ କୁ ପହଂଚାଇବା ହେଉଛି ଜଣେ ସାମ୍ବାଦିକ ର କର୍ତ୍ତବ୍ୟ lଅନ୍ୟତମ ଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଅଭିହୀତ କରିବା ସହିତ ସତ୍ୟକୁ ଯେଉଁମାନେ ଉନ୍ମୋଚିତ କରନ୍ତି ସେମାନେ ଦୁଃଖକଷ୍ଟ ପାଆନ୍ତି।

ସ୍ୱାଧୀନତା ଆନ୍ଦୋଳନର ଉଦାହରଣ ଦେବାକୁ ଯାଇ କିଭଳି ବରପୁତ୍ର ତଥା ସଂଗ୍ରାମୀ ନେତା ମାଧେ ସିଂ ତାଙ୍କ ପୁଅ ଓ ଜ୍ୱାଇଁ ଝିଅ ତିନି ପିଢୀ ଫାଶିି ଖୁଂଟକୁ ଆବୋରୀ ନେଇଥିଲେ ତାହା ବର୍ଣ୍ଣନା କରିଥିଲେ। ସାମ୍ବାଦିକଙ୍କ ଅଭାବ ଅସୁବିଧା ପ୍ରତି ସରକାର ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗଣେଷରାମ ସିଂ ଖୁଂଟିଆ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଂସଦ ମୁଜ୍ଜିବୁଲ୍ଳା ଖାଁ, ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି, ଭଂଜସେନା ଅଧ୍ୟକ୍ଷ ସଂଜୀବ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସଂଘର କର୍ମକର୍ତାମାନଙ୍କ ମଧ୍ୟରେ ରାଜ୍ୟର ସଂଗଠନର ଉପସଭାପତି ସୁଶାନ୍ତ ମହାପାତ୍ର, ରମଣୀ ରଂଜନ ଦାଶ, ସଂପାଦକ ବାଙ୍କ ବିହାରୀ ବିଷୋୟୀ,ରାଜକିଶୋର ତ୍ରିପାଠୀ,ଉପଦେଷ୍ଟା ରାଜେଶ ଗୁପ୍ତା, ସଂଯୋଜକ ମାନସ ଓଝା, ମହିଳା ଆବାହିକା ବିଜୟ ଲକ୍ଷ୍ମୀ ମହାକୁଡ, ସତ୍ୟଜିତ୍ ପଣ୍ଡା ପ୍ରମୁଖ ସଭାକୁ ପରିଚାଳନା କରିଥିବାବେଳେ ବରିଷ୍ଠ ଉପସଭାପତି ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
