August 27, 2025
Home » ସାମ୍ବାଦିକ ମାନଙ୍କ ସହଯୋଗ ବିନା ଜିଲ୍ଲା ର ବିକାଶ ଅସମ୍ଭବ : ଜିଲ୍ଲାପାଳ,

ସାମ୍ବାଦିକ ମାନଙ୍କ ସହଯୋଗ ବିନା ଜିଲ୍ଲା ର ବିକାଶ ଅସମ୍ଭବ : ଜିଲ୍ଲାପାଳ,

0
WhatsApp Image 2025-08-07 at 2.31.33 PM

ସୁବର୍ଣ୍ଣପୁର ଜିଲ୍ଲା ର ନବ ନିଯୁକ୍ତ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ର ସମ୍ପାଦକ ବ୍ୟୋମକେଶ ଦାଶ, ଉପ ସଭାପତି ପର୍ଶୁରାମ ମିଶ୍ର, ଇନ୍ଦ୍ରମଣି ଦାଶ, ଦିଲ୍ଲୀପ ପାତ୍ର, ମୃତ୍ୟୁଞ୍ଜୟ ଶତପଥି, ସ୍ୱାଧୀନ ମେହେର, ପବିତ୍ର ମୋହନ ପାଣ୍ଡିଆ, ମନୋରଞ୍ଜନ ତ୍ରିପାଠୀ,ଉଗ୍ରସେନ କର୍ମୀ, ମହାଦେବ ମଲ୍ଲିକ,ବିବେକାନନ୍ଦ ମିଶ୍ର, ରାଜ କିଶୋର ତ୍ରିପାଠୀ, ପିତାମ୍ବର ମହାପାତ୍ର, ସଞ୍ଜୟ ସାହୁ,ବେଣୁଧର ପ୍ରଧାନ,ଶିକ୍ଷା ବିତ ବ୍ରଜମୋହନ ଦାନୀ ଙ୍କ ସମେତ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରୁ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ସଭାପତି ଗୋରେଖନାଥ ସାହୁ ଜିଲ୍ଲା ର ବିକାଶ ଉପରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ନିର୍ବାଚନୀ ପ୍ରତିଶୃତି ଅନୁଯାୟୀ ଏଠାରେ ଟେକ୍ସଟାଇଲ ମିଲ ସ୍ଥାପନ, ମହିଳା ମହାବିଦ୍ୟାଳୟ ସ୍ଥାପନ, ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ୱିତ କରିବା, ଅସମ୍ପୂର୍ଣ୍ଣ ସୋନପୁର ରିଂ ରୋଡ଼ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଅଙ୍ଗ ଜଳସେଚନ ପ୍ରକଳ୍ପ ର ସମ୍ପ୍ରସାରଣ, ଟ୍ରଷ୍ଟ ଫଣ୍ଡ କୁ ସଚଳ କରିବା,ଜିଲ୍ଲା ସଦର ମହକୁମା ସୋନପୁର ରେ ପ୍ରସ୍ତାବିତ ହାଇଟେକ ବସଷ୍ଟାଣ୍ଡ ନିର୍ମାଣ, ଜିଲ୍ଲା ର ଐତିହାସିକ କୀର୍ତ୍ତିରାଜୀ ର ଉନ୍ନତି କରଣ ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ସାମ୍ବାଦିକ ମାନଙ୍କ ସହଯୋଗ ବିନା ଜିଲ୍ଲା ର ବିକାଶ ଅସମ୍ଭବ ବୋଲି ଜିଲ୍ଲାପାଳ ଡ. ସାହୁ ପ୍ରକାଶ କରିଥିଲେ l ଜିଲ୍ଲା ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି l ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ବିଶେଷ ଦୃଷ୍ଟି ଦେବାକୁ ପ୍ରସ୍ତାବ ଦେଇଥିଲେ l ସୋନପୁର ର ପୁରାତନ ମହାରାଜା ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବା ବିଷୟ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଜିଲ୍ଲା କୁ ସଂଯୋଗ କରୁଥିବା ପ୍ରବେଶ ପଥ ରେ ଜିଲ୍ଲା ଐତିହ ସମ୍ପର୍କିତ ତୋରଣ ଦେବାକୁ ସାମ୍ବାଦିକ ପିତାମ୍ବର ମହାପାତ୍ର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏ ପ୍ରସଙ୍ଗ ରେ ସେ ଅବଗତ ଥିବା ଓ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିବା ଜିଲ୍ଲାପାଳ ଡ. ସାହୁ ସୂଚନା ଦେଇଥିଲେ l ବିଭିନ୍ନ ବ୍ଲକ ର ସାମ୍ବାଦିକ ମାନେ ନିଜ ନିଜ ଅଂଚଳ ର ସମସ୍ୟା କୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସମ୍ବର୍ଦ୍ଧନା ସଭା ଆରମ୍ଭ ରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ତରଭା ବ୍ଲକ ପ୍ରମେୟ ପ୍ରତିନିଧି ରାଜକୁମାର ମାହାଣା ଙ୍କ ଅମର ଆତ୍ମା ର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଅବସରରେ ସାମ୍ବାଦିକ ଗୋରେଖନାଥ ସାହୁ ଙ୍କ ଲିଖିତ ଦୁଇଟି ପୁସ୍ତକ” ବୈଶାଳୀ ” ଓ “ବର୍ଣ୍ଣାଳୀ” କୁ ଜିଲ୍ଲାପାଳ ଡ. ସାହୁ ଉନ୍ମୋଚନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *