July 1, 2025
Home » ସାମ୍ବାଦିକ ସମସ୍ୟା ସମାଧାନ ଦିଗରେ ମାର୍ଗ ପ୍ରସ୍ତୁତ କରିବି:ବାଚସ୍ପତି

ସାମ୍ବାଦିକ ସମସ୍ୟା ସମାଧାନ ଦିଗରେ ମାର୍ଗ ପ୍ରସ୍ତୁତ କରିବି:ବାଚସ୍ପତି

0
WhatsApp Image 2025-03-17 at 5.54.37 PM

ରଣପୁର – ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ରଣପୁର ବ୍ଳକ ଶାଖା ପ୍ରତିଷ୍ଠା ଦିବସ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ,ତଳମଣିନାଗ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ରଣପୁର ଶାଖା ସଭାପତି ପ୍ରଶନ୍ନ କୁମାର ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ ।

ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ମଧୁସୂଦନ ପରିଡ଼ା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଳକ ସଂଯୋଜକ ମାନେ ନିଜ ନିଜର ମତ ପ୍ରଦାନ କରିବା ସହିତ ସଂଗଠନକୁ ମଜବୁତ କରିବାକୁ ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଥିଲେ । ସାମ୍ବାଦିକ ମାନେ ଅନେକ ସମୟରେ କାର୍ଯ୍ୟ କରିବା ବେଳେ ଜନ ଆକ୍ରୋଶର ଶିକାର ହେଉଥିବାରୁ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ କରିବା ପାଇଁ ସଂଘ ତରଫରୁ ବାଚସ୍ପତିଙ୍କୁ ନିବେଦନ କରାଯାଇଥିଲା ।

ବ୍ରଜକିଶୋର ସାହୁ,ଗଣିଆ,ନୟାଗଡ

Leave a Reply

Your email address will not be published. Required fields are marked *