ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଓ ଏୟାର ଷ୍ଟ୍ରାଇକ ନେଇ ରାୟଗଡ଼ା ପୋଲିସ ପକ୍ଷରୁ ମଙ୍କଡ୍ରିଲ

ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଓ ଏୟାର ଷ୍ଟ୍ରାଇକ ସମୟର କିପରି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ରାୟଗଡା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ସ୍ଵାତୀ ଏସ. କୁମାରଙ୍କ ନିର୍ଦେଶ କ୍ରମେ ରାୟଗଡା ପୋଲିସ, ସିଭିଲ ଡିଫେନ୍ସ ସ୍ୱେଛାସେବୀ, ଜିସିଡି ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟର ଏନ.ସି.ସି, ଏନ.ଏସ.ଏସ୍, ରେଡକ୍ରସ ସଂଗଠନର ଅଧିକାରୀ ଓ ଛାତ୍ର ଛାତ୍ରୀମାନେ,ହୋମଗାର୍ଡ ବିଭାଗର ଶତାବ୍ଦିକ କର୍ମଚାରୀଙ୍କୁ ନେଇ ରାୟଗଡ଼ା ସହରର ଜନଗହଳି ଥିବା ସ୍ଥାନ ରାୟଗଡା ବସଷ୍ଟାଣ୍ଡ, ଦୈନିକ ବଜାର, ରେଳବାଇ ଷ୍ଟେସନ, ସାଇ ଇଣ୍ଟରନେସନାଲ ଛକ, ଜ୍ୟୋତି ମହଲ ଛକ, ମେଡିକାଲ ଛକ ଠାରେ ବୁଧୁବାର ଅପରାହ୍ନ ୪ଟା ବେଳେ ମକ୍ ଡ୍ରିଲ କରାଯାଇଥିଲା।
ରାୟଗଡ଼ା ପୋଲିସ ସଚେତନ ତାଲିମ ପ୍ରଦାନ କ୍ରମେ ଅପରାହ୍ନ ୪ଟାରେ ସାଇରନ୍ ବାଜିବା କ୍ଷଣି ୪ଟାରୁ ୪.୧୫ ମିନଟ ପାଇଁ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ପୁଣି ସାଇରନ ବାଜିବା ୧୫ ମିନିଟ୍ ପରେ ଲୋକେ ବାହାରକୁ ବାହାରିବା ସହ ଜନଜୀବନ ସ୍ଵଭାବିକ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଅମୂଲ୍ୟ କୁମରା ଧର, ଡିଏସପି ଆର.କେ.ପାତ୍ର, ଏସଡିପିଓ ଗୌରହରୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ