April 22, 2025
Home » ସାରାଦେଶରେ ଡିଲିମିଟେସନ ହେବ ବଦଳିବ ନିର୍ବାଚନମଣ୍ଡଳୀର ସୀମା!

ସାରାଦେଶରେ ଡିଲିମିଟେସନ ହେବ ବଦଳିବ ନିର୍ବାଚନମଣ୍ଡଳୀର ସୀମା!

0

ନିର୍ବାଚନ ମଣ୍ଡଳୀଗୁଡିକ ସୀମା ବଦଳିବ। ଖୁବ୍ ଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏହା ସମସ୍ତଙ୍କ ଉତ୍କଣ୍ଠାକୁ ବଢ଼ାଇ ଦେଇଛି। କେଉଁ ଲୋକସଭା କ୍ଷେତ୍ର ଭାଂଗିବ, କେଉଁ ଆସନ ନୂଆ ହେବ?

(ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ):ସାରାଦେଶରେ ଡିଲିମିଟେସନ ହେବ । ନିର୍ବାଚନ ମଣ୍ଡଳୀଗୁଡିକ ସୀମା ବଦଳିବ। ଖୁବ୍ ଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏହା ସମସ୍ତଙ୍କ ଉତ୍କଣ୍ଠାକୁ ବଢ଼ାଇ ଦେଇଛି। କେଉଁ ଲୋକସଭା କ୍ଷେତ୍ର ଭାଂଗିବ, କେଉଁ ଆସନ ନୂଆ ହେବ? ଏବେ ତାହା ଆଲୋଚନାର ବିଷୟର ହୋଇଛି।

ଦୀର୍ଘ ୪୭ ବର୍ଷ ପରେ ବଦଳିପାରେ ଦେଶର ରାଜନୈତିକ ଚିତ୍ର । ଲୋକସଭାର ଆସନ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚା ପରେ ଓଡ଼ିଶ ରାଜନୀତି ଉଷ୍ଣ ହୋଇଛି । ଓଡିଶାର ଲୋକସଭା ଆସନ ୨୧ ବଦଳରେ ୨୮ ହେବ ବୋଲି କୁହାଯାଉଥିବାରୁ କେଉଁ ଆସନ ଭାଂଗିବ, କେଉଁ ଆସନ ନୂଆ ହେବ ସେ ନେଇ ଭିନ୍ନ ଆଲୋଚନା ହେଉଛି। କୁହାଯାଉଛି, ସୀମା ପୁନଃନିର୍ଦ୍ଧାରଣ ସମୟରେ ଜନସଂଖ୍ୟା ବଡ଼ ମାନଦଣ୍ଡ ହେବ । ଅର୍ଥାତ ଯେଉଁ ସଂସଦୀୟ କ୍ଷେତ୍ରରେ ଲୋକସଂଖ୍ୟା ଅଧିକ, ତାକୁ ଭଂଗାଯାଇି ନୂଆ ଆସନ ସୃଷ୍ଟି ହୋଇପାରେ । ଏବେ ଓଡିଶାର ୨୧ ସଂସଦୀୟ କ୍ଷେତ୍ର ଭିତରୁ କିଛି ଆସନ ଅଛି ଯେଉଁଠି ୨୦୨୪ ନିର୍ବାଚରେ ଭୋଟର ସଂଖ୍ୟା ବଢିଛି । ତେଣୁ ଯଦି ଆଗକୁ ଡିଲିମିଟେସନ ହୁଏ ତେଣୁ ଏହି ଆସନର ପାଳି ପଡିପାରେ ବୋଲି ଚର୍ଚା ହେଉଛି ।

ଅଧିକ ଭୋଟର ଥିବା ଲୋକସଭା ସିଟ-

ସଂସଦୀୟକ୍ଷେତ୍ରର ବୃଦ୍ଧି ପାଇଥିବା ଭୋଟରଙ୍କ ସଂଖ୍ୟା:-

ବଲାଙ୍ଗିର-୧୮ଲକ୍ଷ୩ହଜାର୫୪୪ ।
କଲାହାଣ୍ଡି _ ୧୭ଲକ୍ଷ୨ହଜାର୩୮ ।କେନ୍ଦ୍ରାପଡ଼ା -୧୭ଲକ୍ଷ ୯୫ହଜାର ୭୨୫ ।ଜଗତସିଂହପୁର- ୧୭ଲକ୍ଷ ୩ହଜାର ୪୮୯।ମୟୂରଭଞ୍ଜ – ୧୫ଲକ୍ଷ୪୬ହଜାର ୨୭୪।ସୁନ୍ଦରଗଡ଼-୧୫ଲକ୍ଷ୭୯ହଜାର୯୬।
ଭଦ୍ରକ – ୧୭ଲକ୍ଷ ୭୩ହଜାର ୯୨୮।

ଆକଳନ ଅନୁସାରେ ଏହି ସଂସଦୀୟ କ୍ଷେତ୍ରରେ ଭୋଟର ବଢିଥିବାରୁ, ଏହି ଆସନକୁ ଭାଂଗି ନୂଆ ନିର୍ବାଚନମଣ୍ଡଳୀ ଗଠନ କରିପାରନ୍ତି ସରକାର। ହେଲେ, ଏପର୍ୟ୍ୟନ୍ତ କୌଣିସି ଚିତ୍ର ସ୍ପଷ୍ଟ ହୋଇନି, କି କେନ୍ଦ୍ର ସରକାର ଡିଲିମିଟେସନକୁ ନେଇ ପାଦେ ବି ଆଗେଇ ନାହାନ୍ତି । ଶେଷ ଥର ପାଇଁ ୧୯୭୭ରେ ଓଡିଶାର ବିଧାନସଭା ଆସନ ବଢିଥିଲା । ୧୪୦ରୁ ବଢି ୧୪୭ରେ ପହଞ୍ଚିଲା । ଡିଲିମିଟେସନ ହେଲେ ଲୋକସଭା ଅନୁପାତରେ ବିଧାନସଭା ଆସନ ସଂଖ୍ୟା ୧୯୬କୁ ବୃଦ୍ଧି ପାଇପାରେ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *