July 6, 2025
Home » ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ଇଞ୍ଜିନିୟରରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀଙ୍କୁ ସ୍ବର୍ଣ୍ଣପଦକରେ ପୁରସ୍କୃତ !

ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ଇଞ୍ଜିନିୟରରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀଙ୍କୁ ସ୍ବର୍ଣ୍ଣପଦକରେ ପୁରସ୍କୃତ !

0
WhatsApp Image 2024-12-22 at 5.07.58 PM

ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ୍ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭଗରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ତଥା ଭାରତ ବର୍ଷର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ ବିଭାଗର ବିଶିଷ୍ଟ ବୈଜ୍ଞାନିକ ଡଃ. ଶିବତନୁ ପିଲାଇ ଯୋଗଦାନ କରି କୃତ୍ତି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ-ପଦକରେ ପୁରସ୍କୃତ କରି ସମ୍ମାନୀତ କରିଛନ୍ତି । ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ସଞ୍ଜିବ କୁମାର ରାଉତ, ଉପସଭାପତି ଶ୍ରୀମତୀ ଶୈଲାଜା ରାଉତ, ଅନୁଷ୍ଠାନର କୁଳପତି ପ୍ରଫେସର ଡଃ. ଗୁଡା ଶ୍ରୀଦେବୀ, ପ୍ରଶାସନିକ ଅଧିକାରୀ ଡଃ. ବନିତା ପଣ୍ଡା, ପ୍ରଫେସର ଡଃ. ବଂଶୀଧର ମାଝୀ, ଉପଦେଷ୍ଟା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଭଦ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଗଣ ଶ୍ରେଷ୍ଠ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଶ୍ଵେତାଶ୍ରୀ ଶତପଥୀ, ଛତ୍ରପୁର କାରମେଲ କନଭେଣ୍ଟ ସେକାଣ୍ଡେରୀ ବିଦ୍ୟାଳୟର ଛତ୍ରୀ ତଥା ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଦୁର୍ଗାପ୍ରସାଦ ଶତପଥୀ ଏବଂ ରଶ୍ମିତା ଶତପଥୀଙ୍କ ଝିଅ ଅଟନ୍ତି l ଦୁର୍ଗାପ୍ରସାଦ ଶତପଥୀଙ୍କ ପୁଅ ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ ମଧ୍ୟ ପୂର୍ବରୁ ଦଶମ ଆଇ.ସି. ଏସ୍ .ସି ବୋର୍ଡ଼ ରେ ଓଡ଼ିଶା ଟପର୍ ହୋଇଥିଲେ ଯାହା ଛତ୍ରପୁର ର ଏକ ବିଜ୍ଞ ଓ ଶିକ୍ଷିତ ପରିବାରର ବୋଲି ସାଧାରଣରେ ପରିଚୟ ସୃଷ୍ଟି କରିପାରିଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *