October 22, 2024
Home » ସାହାଣୀ କପ୍ ଫୁଟବଲ୍ – କଟକ ଦଳ ସେମି ଫାଇନାଲରେ

ସାହାଣୀ କପ୍ ଫୁଟବଲ୍ – କଟକ ଦଳ ସେମି ଫାଇନାଲରେ

0

ପାରାଦୀପ ବନ୍ଦର ଓ ଓଡ଼ିଶା ଫୁଟବଲ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଆୟୋଜିତ ଆନ୍ତଃ ଜିଲ୍ଲା ଜୋନ ସ୍ତରୀୟ 63ତମ ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ମ୍ୟାଚରେ କଟକ ଦଳ ଭୁଵନେଶ୍ବର ଦଳକୁ 5-1ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଖେଳର ପ୍ରଥମାର୍ଦ୍ଧରେ କଟକ ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି 2-0 ଗୋଲ ବ୍ୟବଧାନରେ ଅଗ୍ରଣୀ ଲାଭ କରିଥିଲା । ଖେଳର ଦ୍ଵୀତିୟ ଭାଗରେ କଟକ ଦଳ ଆଉ 3ଟି ଗୋଲ ଦେଇଥିଲା ଓ ଭୁବନେଶ୍ବର ଦଳ 1ଟି ଗୋଲ ଦେଇଥିଲା ଫଳରେ କଟକ ଦଳ 5-1ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । କଟକ ଦଳ ବାରିପଦା ଜୋନର ବିଜେତା ଦଳ ସହିତ ବାରିପଦା ଠାରେ ସେମି ଫାଇନାଲ ମ୍ୟାଚ ଖେଳିବ । ଉଲ୍ଲେଖନିୟ ଏହିକି ଜେ ପାରାଦୀପ ବନ୍ଦରର ସହଯୋଗ ପାଇଁ ପାରାଦୀପ ଠାରେ ପ୍ରଥମ ଥର ସାହାଣୀ କପର ଜୋନ ସ୍ତରୀୟ ମ୍ୟାଚ ଅନୁଷ୍ଠିତ ହୋଇ ପାରିଛି । ଆଜିର ଏହି ମ୍ୟାଚକୁ ଦେଖିବା ପାଇଁ ଅନେକ ଦର୍ଶକ ତଥା ଖେଳପ୍ରେମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *