September 21, 2024
Home » ସାହାଣୀ ଫୁଟବଲ କପ ପାଇଁ ଓଡିଶା ଫୁଟବଲ ଆସୋସିଏସନ ବିଶେଷଜ୍ଞ ଦଳର ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ପରିଦର୍ଶନ 

ସାହାଣୀ ଫୁଟବଲ କପ ପାଇଁ ଓଡିଶା ଫୁଟବଲ ଆସୋସିଏସନ ବିଶେଷଜ୍ଞ ଦଳର ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ପରିଦର୍ଶନ 

0

 

ପାରାଦୀପ – ପାରାଦୀପ ବନ୍ଦର ଓ ଫୁଟବଲ ଆସୋସିଏସନ ଓଡିଶା ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଆସନ୍ତା ସେପ୍ଟେମ୍ବର ମାସ ୨୫ ରୁ ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ଆନ୍ତଃ ଜିଲ୍ଲା ସିନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟ ‘ସାହାଣୀ କପ’ ଆୟୋଜିତ ହେବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ ଓଡିଶା ଫୁଟବଲ ଆସୋସିଏସନ ର ଏକ ୪ ଜଣିଆ ବିଶେଷଜ୍ଞ କମିଟି ଗତ ରବିବାର ଦିନ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ କୁ ପରିଦର୍ଶନ କରିଥିଲେ l ଏଥିରେ କମିଟିର ସଦସ୍ୟ ମାନେ ଖେଳ ପଡିଆ ର ମାନ, ଖେଳାଳି ମାନଙ୍କ ରହିବା,ଖାଇବା,ଗମନାଗମନ ବ୍ୟବସ୍ଥା, ଚିକିତ୍ସା ସୁବିଧା ଇତ୍ୟାଦି ବିଷୟରେ ଷ୍ଟାଡିୟମ ର କତୃପକ୍ଷ ସହ ଆଲୋଚନା କରି ବୁଝିଥିଲେ l ଏହି ବୈଠକରେ ଓଡିଶା ଫୁଟବଲ ଆସୋସିଏସନ ବିଶେଷଜ୍ଞ କମିଟି ର ସଦସ୍ୟ ସଚଦେବ ରାଉତ, ବୀରେନ୍ଦ୍ର କୁମାର ବେହେରା, ମାନସ ରଞ୍ଜନ ସାମଲ ଓ ରମେଶ ଚନ୍ଦ୍ର ମଲ୍ଲିକ ଏବଂ ପାରାଦୀପ ବନ୍ଦର ଗୋପବନ୍ଧୁ କ୍ରୀଡା ସଂସଦ ର ଡା.ଦୁର୍ଗା ପ୍ରସାଦ ସେଠୀ, ରବୀନ୍ଦ୍ର କୁମାର ଦାସ, ସଞ୍ଜୟ କୁମାର ଦାସ, ଧୂନ ଚନ୍ଦ୍ର ତରାଇ, ଶିଶିର କୁମାର ପତି ଓ ବିପ୍ଳବ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *