December 19, 2025
Home » ସାହିତ୍ୟ ସମାରୋହ ଓ କବିତା ଆସର ଅନୁଷ୍ଠିତ

ସାହିତ୍ୟ ସମାରୋହ ଓ କବିତା ଆସର ଅନୁଷ୍ଠିତ

0
WhatsApp Image 2024-12-09 at 4.01.35 PM (1)

ରାମନାଗୁଡା : ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ସମିତି ରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ୨୦୨୪ ଅବସର ରେ ପ୍ରଥମ ଥର ପାଇଁ ରାମନାଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷ ରେ ସାହିତ୍ୟ ସମାରୋହ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ଚଇତି କମିଟି ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ସଭାପତିତ୍ବ ଓ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଅତିଥି ପରିଚୟ,ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସାହିତ୍ୟ ସମାରୋହ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଅଧିକାରୀ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଶ୍ରୀରଙ୍ଗ ନାୟକ,ପ୍ରତାପ ରାୟ,ଭାଗିରଥି ବେହେରା ,ସମାଜସେବୀ ଅକ୍ଷୟ ଦାସ,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ। ଓଡ଼ିଆ ସାହିତ୍ୟ କୁ ଦକ୍ଷିଣ ଓଡ଼ିଶା ର ଅବଦାନ ପ୍ରସଙ୍ଗ ରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।ଏହା ପରେ ପ୍ରାୟ ୬୦ଜଣ କବି କବିୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ।ଆଜିର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରାମନାଗୁଡ଼ା ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟ କୁ ସମୃଦ୍ଧ କରିବା ସହ ଆଗାମୀ ପିଢ଼ି ତଥା ଛାତ୍ରଛାତ୍ରୀଙ୍କୁ ସାହିତ୍ୟ କ୍ଷେତ୍ର ରେ ଆଗ୍ରହ ସୃଷ୍ଟି କରିବା ବୋଲି ତହସିଲଦାର ଶ୍ରୀ ପାଣିଗ୍ରାହୀ ମତ ରଖିଥିଲେ।କବିତା ପାଠ କରିଥିବା ସମସ୍ତ କବି କବୟିତ୍ରୀ ଙ୍କୁ ପ୍ରଶାସନ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ,ଅଶ୍ଵିନୀ ତ୍ରିପାଠୀ ସଂଯୋଜନା କରିଥିଲେ।ଶିକ୍ଷକ ରମେଶ ମିଶ୍ର, ଦୁର୍ଗାପ୍ରସାଦ ଶତପଥୀ,ଅକ୍ଷୟ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାମନାଗୁଡା ବ୍ଲକ ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *