March 19, 2026
Home » ସାହିଯାତ – 2026 ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସାହିଯାତ – 2026 ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-03-19 at 3.51.24 PM

 

ଚଳିତ ବର୍ଷ ସାହିଯାତ ର ଆର୍ଥିକ ଅନୁଦାନ ପାଇଁ ଧନ୍ୟବାଦ ଦେଲେ ସରକାର ଓ ପ୍ରଶାସନକୁ.

ପୁରୀ : ଚଳିତ ବର୍ଷ ର ପୁରୀ ର ପ୍ରସିଦ୍ଧ ସାହିଯାତ ଶ୍ରୀରାମ ନବମୀ ତିଥି ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି।ଏହା ଅପ୍ରେଲ ୧୨ ତାରିଖରେ ସମ୍ପର୍ଣ୍ଣ ହେବ।ଆଠ ସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଶ୍ରୀକ୍ଷେତ୍ର ସାହିଯାତ ର ପ୍ରସ୍ତୁତି ବୈଠକ ଗତକାଲି ସଂଧ୍ୟାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀ ର ଏହି ଗୌରବମୟ ସାଂସ୍କୃତିକ୍ ସମରକଳା ର୍ ପରମ୍ପରା ସମ୍ବଳିତ ସାହିଯାତ କୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ ଭାବେ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ବୈଠକ ର ନିଷ୍ପତ୍ତି ଅନୁସାରେ ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ସାହିଯାତ ପୂର୍ବରୁ ସମାପନ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପରେ ବିସ୍ତୃତ ଆଲୋଚନା କରାଯାଇ ରାସ୍ତା ଘାଟ ମରାମତି, ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା, ଅଗ୍ନି ଶମ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ପ୍ରଚାର ପ୍ରସାର ବ୍ୟବସ୍ଥା,ଡ୍ରେନ ପରିଷ୍କାର ପରିଛନ୍ନତା ଇତ୍ୟାଦି ସମ୍ପର୍କରେ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ବିଶେଷ କରି ବିଦ୍ୟୁତ ବିଭାଗ ରାସ୍ତା କ୍ରସ କରି ଓହଳି ପଡିଥିବା ବିଦ୍ୟୁତ ତାର,କେବୁଲ ତାର ଅପସାରଣ ବା ଉଚ୍ଚରେ ରଖିବା ଯାହା ଫଳରେ ମେଢ ଯିବା ଆସିବା ରେ ସମସ୍ୟା ନ ହେବ ସେଥିପାଇଁ ଯତ୍ନବାନ ହୋଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଗତବର୍ଷ ସାହିଯାତ ପାଇଁ ସରକାର ୮ ସାହି ଆଖଡାକୁ ୧୬ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ସମସ୍ତ ସାହି ସଦସ୍ୟ ସରକାର ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଥିଲେ।ଏହି ବୈଠକରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ଆଠସାହି ଆଖଡା ସମନ୍ୱୟ ସମିତିର ସମ୍ପାଦକ ତଳଛୁ ନିଳକଣ୍ଠ ମହାପାତ୍ର,ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣେଶ ଦାସ ମହାପାତ୍ର, ଆଖଡା ମାନଙ୍କର ବରିଷ୍ଠ ସଦସ୍ୟ ଅନନ୍ତ ତିଆଡ଼ି, ଭଗବାନ ସୁଆର, ରବିନାରାୟଣ ଦାସ, ରାମଚନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ମିଶ୍ର, ରାମଚନ୍ଦ୍ର ମହାପାତ୍ର, ଯୋଗେନ୍ଦ୍ର ନାୟକ, ପୁଅ ସୁଆର, ନରେନ୍ଦ୍ର ମହାନ୍ତି, ଚକ୍ରଧର ମହାପାତ୍ରଙ୍କ, ନାରାୟଣ ମହାପାତ୍ର, ପ୍ରଫୁଲ୍ଲ ଖୁଣ୍ଟିଆ, ଲକ୍ଷ୍ମୀନାରାୟଣ ରଥ, ଦାମୋଦର ମହାପାତ୍ର, ଶ୍ଯାମ ସୁନ୍ଦର୍ ମହାପାତ୍ର, ଅନିରୁଦ୍ଧ ମହାନ୍ତି, ରଘୁନାଥ ଖୁଣ୍ଟିଆ ଆଦି ବରିଷ୍ଟ ସେବାୟତ ଓ ସାହି ନାହକ ମାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ର ଉପ ପ୍ରଶାସନ ରଞ୍ଜନ ବେହେରା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଆଠ ସାହି ଆଖଡା ର ସଭାପତି, ସମ୍ପାଦକ, ଅନ୍ୟାନ୍ୟ ସଦସ୍ୟ,ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀରାମ ଜନ୍ମ ଉତ୍ସବ ପାଳିତ ହେବ।୨୮ ତାରିଖରେ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ଓ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା,୨୯ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ସୀତା ବିବାହ,୩୦ ତାରିଖରେ ମାର୍କଣ୍ଡେଶ୍ବର ସାହି ପକ୍ଷରୁ ଶ୍ରୀରାମ ବନବାସ, ଅପ୍ରେଲ ୧ ତାରିଖରେ କୁଣ୍ଢେଇ ବେଣ୍ଟ ସାହି ପକ୍ଷରୁ ମାୟା ମୃଗ,୩ ତାରିଖରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କା ପୋଡି,୪ ତାରିଖରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରତିଷ୍ଠା,୫ ତାରିଖରେ ବାଲିସାହି ପକ୍ଷରୁ ରାବଣ ବଧ ଓ ୧୨ ତାରିଖରେ ଗୌଡବାଡ ସାହି ପକ୍ଷରୁ ଶ୍ରୀରାମ ଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ ବୋଲି ଆଠସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *